(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ଭାବେ 'ପଖାଳ'ର ସ୍ଥାନ ସ୍ଵତନ୍ତ୍ର । ଏହା କେବଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଆମ ଜନଜୀବନ ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ଆମ ଅସ୍ମିତାର ପ୍ରତୀକ । ଗାଁରୁ ସହର, ରାଜ୍ୟରୁ ବିଶ୍ଵ ସ୍ତରରେ 'ପଖାଳ' ଏକ ପ୍ରିୟ ଆହାର ଭାବେ ବିଶ୍ଵ ବିଦିତ । ଆଜିର ଦିବସଟିକୁ ବିଶ୍ଵ "ପଖାଳ ଦିବସ" ଭାବେ ସମଗ୍ର ବିଶ୍ୱ ପାଳୁଥିବା ଅବସରରେ ବ୍ରହ୍ମପୁର ଠାରେ ମଧ୍ୟ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଲକ୍ଷ୍ମୀ ନୃସିଂହ ଉପନଗର ପକ୍ଷରୁ ହର୍ଷ ବିହାର ସ୍ଥିତ ବଜରଙ୍ଗ ଦଳ କାର୍ଯ୍ୟାଳୟ ଠାରେ ଅତି ସ୍ମରଣୀୟ ଭାବରେ "ପଖାଳ ଦିବସ" ପାଳିତ ହୋଇଯାଇଛି । ଏଥିରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ଜି. ଶ୍ରୀନୁ ଆଚାରୀ,ବଜରଙ୍ଗ ଦଳ ମହାନଗର ସଂଯୋଜକ ଅଜୟ ବେହେରା,ସହ ସଂଯୋଜକ ରୋଶନ ସାହୁ,ମଠ ମନ୍ଦିର ପ୍ରମୁଖ ଭୈରବ ସାହୁ,ମିଳନ କେନ୍ଦ୍ର ପ୍ରମୁଖ ଆଲୋକ ସାହୁ,ମହାନଗର ସଂଯୋଜକ ତୋଫା ସାବତ,ସହ ସଂଯୋଜକ ସୀତାରାମ ବେହେରା,ଅମିତ ସାହୁ,ଅମର ସାହୁ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ କୁଞ୍ଜ ବିହାରୀ ପଣ୍ଡା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନମୋହନ ପାତ୍ର,ସନ୍ତୋଷ ପଟ୍ଟନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ ପାତ୍ର,ସଞ୍ଜୟ କୁମାର ଦାସ,ମୋନଜ ମହାରଣା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।