ସମନିତ୍ଵ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ମେଳା ସମନିତ୍ଵ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ମେଳା

                                  


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସମନିତ୍ୱ ଶିଶୁ ବିକାଶ ପ୍ରକଳ୍ପ ବ୍ରହ୍ମପୁର ୧ ତରଫରୁ ଅଶୋକ ନଗର୍ ତୃତୀୟ ଲାଇନ ଠାରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସିଡି ପିଓ ଗିତାରାଣି ରାଉଳ, ସମ୍ମାନୀତ ଅତିଥି ଭାବରେ କର୍ପୋରେଟର ସୁରେନ୍ଦ୍ର ମହାରଣା, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ, ଯୁବ ସମାଜସେବୀ ଅମିତ୍ ଦାସ,ୱାନ ଷ୍ଟେପ ସେଣ୍ଟର୍ ଆଡମିନ ମହେଶ୍ୱେତା ପାଢ଼ୀ, ସୁପରଭାଇଜର୍ ପ୍ରେମାବତି ଦାସ, ଆଏସଆର୍ ଡି ର ଗୋପାଳକୃଷ୍ଣ ଦଳବେହେରା  ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ଡାକୁଆ, ଆଶା କର୍ମୀ ଏନ ଶୈଳଜା ପାତ୍ର,, ୩୨ନମ୍ୱର୍ ୱାର୍ଡ ଅଙ୍ଗନୱାଡ଼ି କର୍ମୀ ମିତାଞ୍ଜଳି ଶତପଥୀ, ୩୩ନମ୍ୱର୍ ୱାର୍ଡ ଅଙ୍ଗନୱାଡି କର୍ମୀ ସସ୍ମିତା ପାଢ଼ୀ,ଏ ଗାୟତ୍ରୀ ନାଇଡୁ, ପ୍ରିୟଙ୍କା ପାତ୍ର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କିଶୋରୀ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ନୃତ୍ୟ ଆଉ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅୟୋଜନ କରାଯାଇ ପୁରସ୍କାର ପ୍ରଦାନ୍ କରାଯାଇଥିଲା ।

Post a Comment

Previous Post Next Post