କାଶିନିପଦର ଉପଶାଖା ପାଣ କୁଳ ସମାଜର ବାର୍ଷିକ ସାଧାରଣ ଅଧିବେଶନ



କନ୍ଧମାଳ: ୨୮/୦୨/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା 

କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ ପାଣ କୁଳ ସମାଜ  କଲ୍ୟାଣ କମିଟି ଅନ୍ତର୍ଗତ  ଗୋଛାପଡା ଶାଖା ନିକଟସ୍ଥ କାଶିନିପଦର ଉପଶାଖାର ମାଝୀପଡା ଗ୍ରାମରେ ରବିବାର  ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ପାଣ କୁଳ ସମାଜ କଲ୍ୟାଣ କମିଟି ସଭାପତି ଚନ୍ଦ୍ରମୋହନ ନାୟକ,  ମୁଖ୍ୟ ବକ୍ତା ବ୍ଲକ୍ ଓ ଶାଖା ପାଣ କୁଳ ସମାଜ ନିର୍ବାଚନ ଅଧିକାରୀ କେଶବ ଦିଗାଲ 

, ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ

ବ୍ଲକ୍ ପାଣ କୁଳ ସମାଜ କଲ୍ୟାଣ କମିଟି ଉପସଭାପତି ଶଶିନ୍ଧର ଦିଗାଲ, ଗୋଛାପଡା ଶାଖା ଉପଦେଷ୍ଟା ଚକ୍ରପତି ଦିଗାଲ, କାଶିନିପଦର, ଉପଶାଖା ସଭାପତି ସକିତ୍ତନ ଦିଗାଲ ଉପସଭାପତି ବାଳକୃଷ୍ଣ ଦିଗାଲ, ସହ ସମ୍ପାଦକ କାଶି ନାଥ ଦିଗାଲ, ବିନୋଦ ଦିଗାଲ, ପଣ୍ଡୁ ରାଜ ଦିଗାଲ ସଲାଗୁଡା ଉପଶାଖା ସଭାପତି ଡଵେରା ଦିଗାଲ ,ଉପସଭାପତି ଗୋକୁଳ ଦିଗାଲ, ବାରନ୍ଧାପଡା ଉପଶାଖା ଉପଦେଷ୍ଟା ବାନ୍ଧବ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଦିବସରେ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଠାକୁର ସ୍ଥାପନ କରାଯାଇ ସାଂଗଠନିକ ଆଲୋଚନା କରାଯାଇଥିଲା ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇ ସଂଗଠନ ଓ ପାଣ କୁଳ ଜାତି ଏବଂ ଅଞ୍ଚଳର ଉନ୍ନତି  ନିମନ୍ତେ ବିଭିନ୍ନ ଦିଗଦର୍ଶନ ଦେଇଥିଲେ କାଶିନିପଦର ଉପଶାଖା ସଭାପତି ସକିତ୍ତନ ଦିଗାଲ ,ଯୁବସଭ୍ୟ ଦିବ୍ୟପ୍ରସାଦ ଦିଗାଲ, ସମାଜର ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ଦିଗାଲ,ସୁନାଶିର ଦିଗାଲସମେତ ଉପଶାଖାର ସମସ୍ତ କର୍ମକର୍ତ୍ତା ଉତ୍ସବ କୁ ଆୟୋଜନ କରି ଥିଲେ ।   ୧୦ ଗୋଟି ଉପଶାଖାର ସଭାପତି ଓ ସମ୍ପାଦକ ସମେତ ଗ୍ରାମ୍ୟ କମିଟିର ସଭାପତି ସମ୍ପାଦକ , ଆଶା ଏବଂ ଅଞ୍ଚଳର ସମାଜ ପ୍ରେମୀ ବାପା ମାଁ ଭାଈ ଭଉଣୀ ଅଂଶଗ୍ରହଣ କରିଥିଲେ । ଶେଷରେ  ଇନ୍ଦ୍ରଜିତ ଦିଗାଲ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

Post a Comment

Previous Post Next Post