(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ଯୁବନେତା କୃଷ୍ଣ ଚନ୍ଦ୍ର ପଲେଇଙ୍କ ତତ୍ତ୍ୱାବଧାନରେ ଗୋସାଇଁନୂଆଗାଁ ନେହେରୁ ନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ଏହି ବଜେଟ ଆଲୋଚନା ଚକ୍ରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଯୋଗ ଦେଇ କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୧୪ରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା । ୨୦୨୫-୨୬ ବଜେଟ ଏବେ ୫୧ ଲକ୍ଷ କୋଟିରେ ପହଞ୍ଚିଛି । କେନ୍ଦ୍ର ବଜେଟରେ ଚାକିରିଆ, ବ୍ୟବସାୟୀଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି । କୃଷକମାନଙ୍କ ପାଇଁ କିଶାନ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ଵାରା ଓଡ଼ିଶା ସମେତ ପୂରା ଦେଶର ଚାଷୀକୁଳ ଲାଭବାନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୨୯ ଲକ୍ଷ ଓ ୧୭୬ଟି ସହର ପାଇଁ ୩ ଲକ୍ଷ ଘର ତିଆରି କରାଯାଇଛି । ଏହା କେବଳ ୨୦୨୫-୨୬ର ବଜେଟ ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସୁଶାସନର ଗତ ୧୦ ବର୍ଷର ରିପୋର୍ଟ କାର୍ଡ ବୋଲି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ କହିଛନ୍ତି । ଭାଜପା ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୪୧ ହଜାର କିଲୋମିଟରରୁ ଅଧିକ ସଡ଼କ ତିଆରି କରିଛନ୍ତି । ଜଳଜୀବନ ମିଶନରେ ୭୧ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଣ କରାଯାଇଛି । ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ ସହ ଓଡ଼ିଶାରେ ଜନଧନ ଯୋଜନାରେ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ପହଞ୍ଚା ଯାଇପାରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ସେବା ଯୋଜନାରେ ଲୋକଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷର ସ୍ବାସ୍ଥ୍ୟ ବୀମା ଦିଆଯାଇଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ରେଳପଥର ବିକାଶ ପାଇଁ ବାର୍ଷିକ ହାରାହାରି ମାତ୍ର ୮୩୮କୋଟି ଟଙ୍କାର ଅନୁଦାନ ମିଳୁଥିଲା । ବର୍ତ୍ତମାନ ଏହା ବାର୍ଷିକ ହାରାହାରି ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ମିଳୁଛି । କେନ୍ଦ୍ର ସରକାର ଭଳି ରାଜ୍ୟ ସରକାର ମଧ୍ୟ ଗରିବ, ଯୁବକ, କୃଷକ ଓ ମହିଳାଙ୍କୁ ବିଶେଷ ଗୁରତ୍ବ ଦେଇଛନ୍ତି । ରେଳପ୍ରକଳ୍ପ ପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଓଡ଼ିଶାରେ ପେଟ୍ରୋଲିୟମ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଭାଜପା ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ମହାନଦୀରେ ହୀରାକୁଦ ଡ୍ୟାମ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ କୃଷି ଓ କୃଷକର ବିକାଶ ପାଇଁ ମଧ୍ୟ ମୋଦି ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ଦେଶର ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୫୦ହଜାର ଅଟଳ ଟ୍ୟାଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା ହେବାକୁ ଥିଲା ବେଳେ ଓଡିଶାରେ ପ୍ରାୟ ୮୬୩ ଅଟଳ ଟ୍ୟାଙ୍କରିଂ ଲ୍ୟାବ ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର କହିଛନ୍ତି । ସେହିପରି ଦେଶର ଉପକୂଳଗୁଡ଼ିକର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯାଇଛି । କେନ୍ଦ୍ର ସରକାର ଭଳି ରାଜ୍ୟ ସରକାର ମଧ୍ୟ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ଏକ ସମାବେଶୀ ଓ ସର୍ବସ୍ପର୍ଶୀ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଗରିବ, ଯୁବବର୍ଗ, କୃଷକ, ମହିଳାଙ୍କ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ଏହାଦ୍ବାରା ଗଞ୍ଜାମ ଜିଲ୍ଲା ସର୍ବାଧିକ ଲାଭ ପାଇବ ବୋଲି ବରିଷ୍ଠ ନେତା ସୁନିଲ କୁମାର ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯେଉଁ ବଜେଟ୍ ଆଣିଛନ୍ତି ତାହା ଏକ ଯୁଗାନ୍ତକାରୀ ବଜେଟ ବିକଶିତ ଓଡିଶା ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର କହିଥିଲେ । ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ ପାତ୍ର ଧନ୍ୟବାଦ ଦେଇଥିଲେ ।


