ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ

(ମୋ ନ୍ୟୁୁଜ ଓଡ଼ିଶା)

ବୁଗୁଡ଼ା,୩୦/୦୩(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସୁନାକେରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ତପସ୍ୱିନୀ ସାହୁ, ମୁଖ୍ୟ ବକ୍ତା ଭାବେ ଗୌରୀ ଶଙ୍କର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସିଆରସିସି ବିଶ୍ୱଜିତ ପରିଡା,ନିରଞ୍ଜନ ଖାଡ଼ଙ୍ଗା, ଏମଏମସି ଅଧ୍ୟକ୍ଷ ସତ୍ୟବାନ ଜେନା, ପିତାମ୍ବର ଗୌଡ଼,ଧନ୍ଵନ୍ତରି ଦେବି,ଅମ୍ରିତା ମଙ୍ଗରାଜ, ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l ସହକାରୀ ଶିକ୍ଷକ ରୁଦ୍ର ପ୍ରସାଦ ବିଶ୍ୱାଳ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

Previous Post Next Post