ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି କିଚର୍ଲଙ୍ଗ ଜଳପ୍ରପାତ: ବିକାଶ ପାଇଁ ଅନୁଦାନ ଅପେକ୍ଷାରେ

 


ଆର,ଉଦୟଗିର,ମୋ ନ୍ୟୁଜ ଓଡିଶା  ୧୮|୦୩ (ମନୋଜ କୁମାର ପାଢୀ) କିଚର୍ଲଙ୍ଗ ଜଳପ୍ରପାତ ଗଜପତି ଜିଲ୍ଲାର ପୂର୍ବ ଘାଟ ପର୍ବତମାଳାରେ ଅବସ୍ଥିତ ଏକ ମନୋରମ ପ୍ରାକୃତିକ ଆକର୍ଷଣ। ଯାହା ନୂଆଗଡ଼ ବ୍ଲକ୍ ମୁଖ୍ୟାଳୟରୁ ପ୍ରାୟ ୨ କି.ମି ଏବଂ ପାରଳାଖେମୁଣ୍ଡିରୁ ୫୬ କି.ମି ଦୂରରେ ଅବସ୍ଥିତ। ଘନ ଜଙ୍ଗଲ ଏବଂ ପାହାଡ଼ିଆ ଦୃଶ୍ୟ ମଧ୍ୟରେ ଏହି ଚମତ୍କାର ଜଳପ୍ରପାତ ଲୁକ୍କାୟିତ। ଯାହା ପ୍ରାକୃତିକ ପ୍ରେମୀ ଏବଂ ଦୁଃସାହସିକ କାର୍ଯ୍ୟ ଖୋଜୁଥିବା ଲୋକଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରଦାନ କରେ। ଜଳପ୍ରପାତ ଏବଂ ଏହାର ପରିବେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରାକୃତିକ ପ୍ରେମୀଙ୍କୁ ଆକର୍ଷିତ କରେ। ଏହି ଜଳପ୍ରପାତ ଜିଲ୍ଲାର ପ୍ରମୁଖ ଆକର୍ଷଣ ସ୍ଥଳୀ ଭାବେ ପରିଚିତ। ଏହାର ପର୍ଯ୍ୟଟନ ସ୍ଥଳୀର ବିକାଶ କେବଳ ପ୍ରସ୍ତାବରେ ହିଁ ସୀମିତ ରହିଛି। ଗଜପତି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅତି ମନୋରମ ଜିଲ୍ଲାରେ ଭରି ରହିଛି। କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରୁ ନଥିବାରୁ ଯାହା ଫଳରେ ଏହା ଲୋକଲୋଚନକୁ ଆସିପାରୁ ନାହିଁ। ଏହି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହେଉଛି। ପୂର୍ବ ବିଜଦ ସରକାର ସମୟରେ ଏହାର ବିକାଶ କରିବା ଦିଗରେ ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି କିନ୍ତୁ ଏଯାବତ୍ କାର୍ଯ୍ୟକାରୀ ହୋଇପାରି ନାହିଁ।

ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ବାଳ ମୁକୁନ୍ଦ ଭୂୟାଁ କିଚର୍ଲଙ୍ଗ ପରିଦର୍ଶନ କରିଥିଲେ। ରାଜ୍ୟ ସରକାର ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହି ପର୍ଯ୍ୟଟନ ସ୍ଥଳୀର ସମସ୍ୟା ଉପରେ ହସ୍ତକ୍ଷେପ କରିବା ସହ ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ପର୍ଯ୍ୟଟନ ସ୍ଥଳୀର

 ବିକାଶ ହେଲେ ଜିଲ୍ଲାର ଗୌରବ ବୃଦ୍ଧି ପାଇବା ସହ ରାଜସ୍ବ ବୃଦ୍ଧି ପାଇବ। ଫଳରେ ସେହି ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିବ ଏବଂ ଗ୍ରାମୀଣ ବେକାର ଯୁବତୀ ଯୁବକମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Post a Comment

Previous Post Next Post