ଆର,ଊଦୟଗିରି - ମୋ ନ୍ୟୁଜ ଓଡିଶା (ମନୋଜ କୁମାର ପାଢୀ)-;
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ରେ ଅନେକ ବିଭାଗରେ କାର୍ଯ୍ୟରତ ସମସ୍ତ ଆଉଟ୍ ସୋର୍ସିଂ କର୍ମଚାରୀ ମାନେ ଗତ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ କରିବେ ଏବଂ ୨୬ ତାରିଖରୁ ହରତାଳ କରିବେ ବୋଲି ଗଣମାଧ୍ୟମକୁ ଅବଗତ କରାଇଛନ୍ତି। ସେମାନଙ୍କ ପ୍ରମୁଖ ୩ ଟି ଦାବି ସରକାରଙ୍କ ଠାରେ ଉପସ୍ଥାପନ କରିଛନ୍ତି। ସେବା ପ୍ରଦାନକାରୀ ସଂସ୍ଥାଙ୍କ ମାଧ୍ୟମରେ ନିୟୋଜିତ କିନ୍ତୁ ଦୈନିକ ମଜୁରୀ କର୍ମଚାରୀ ଭାବରେ ବ୍ୟବହାର କରାଯାଉଥିବା କର୍ମଚାରୀ ମାନଙ୍କୁ ସମାନ ନ୍ୟାୟ ପ୍ରଦାନ କରନ୍ତୁ। ସେମାନଙ୍କୁ ଆଉଟ୍ ସୋର୍ସିଂ କର୍ମଚାରୀ ଭାବରେ ବ୍ୟବହାର କରିବା ଏବଂ ଆଉଟ୍ ସୋର୍ସିଂ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ପ୍ରଦାନ କରିବା ଉଚିତ୍। ସମସ୍ତ ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ସେମାନଙ୍କର ଅଭିଜ୍ଞତା, କଠିନ ପରିଶ୍ରମ ଏବଂ ସେବାର ସନ୍ତୋଷଜନକତାକୁ ବିଚାର କରି ନିୟମିତ କରନ୍ତୁ। ଛୋଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତ କରନ୍ତୁ ଏବଂ ବିଭିନ୍ନ ବିଭାଗରୁ ଆଉ କୌଣସି କାର୍ଯ୍ୟରୁ ନିବୃତ୍ତ ନକରନ୍ତୁ ଏବଂ ସମସ୍ତ ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ଚାକିରି ସୁରକ୍ଷା ପ୍ରଦାନ କରନ୍ତୁ ଏବଂ ଗୃହ ବିଭାଗ ପତ୍ର ସଂଖ୍ୟା ୨୩୫୮୨ ତା-୧୩.୦୭.୨୦୨୨ ରିଖରେ ଜାରି ହୋଇଥିବା ପତ୍ରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଯେହେତୁ, ବିଜେପି ଶାସିତ ଉତ୍ତର ପ୍ରଦେଶ ସରକାର ଆଉଟ୍ ସୋର୍ସିଂ ବ୍ୟବସ୍ଥା ବଦଳରେ ସମସ୍ତ କର୍ମଚାରୀଙ୍କୁ ନିଗମ ଅଧୀନକୁ ଆଣି ସ୍ଥାୟୀ କରିବା ପାଇଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଦିଲ୍ଲୀ ଓ ପଞ୍ଜାବ ସରକାର ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିଛନ୍ତି। ହରିୟାଣା ସରକାର ଓ ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୬ ହଜାରରୁ ୪୬ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇଛି।
ପୂର୍ବ ସରକାର ଆଉଟ୍ ସୋର୍ସିଂ କର୍ମଚାରୀ ମାନଙ୍କୁ ଉପେକ୍ଷା କରିଛନ୍ତି। ସେମାନଙ୍କର ଦୀର୍ଘଦିନର ପ୍ରମୁଖ ଦାବି ଗୁଡ଼ିକ ପୂରଣ ହୋଇପାରିନାହିଁ।