ଗାୟତ୍ରୀ ଶକ୍ତିପୀଠ ରେ ଗାୟତ୍ରୀ ପରିବାର ପକ୍ଷରୁ ମହିଳା ସଶକ୍ତିକରଣ ବର୍ଷ ପାଳନ ଅବସରରେ ମହିଳା ମଣ୍ଡଳ ସମ୍ମିଳନୀ ଅନୁଷ୍ଠିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ଗାୟତ୍ରୀ ଶକ୍ତିପୀଠ ରେ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ଦ୍ୱାରା ମହିଳା ସଶକ୍ତିକରଣ ବର୍ଷ  ପାଳନ ଅବସରରେ ମହିଳା ମଣ୍ଡଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ସଂଯୋଜକ ପ୍ରଫୁଲ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କର। ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ, ଭୁବନେଶ୍ୱର ଯୁଗଶକ୍ତି ଭବନର ବ୍ୟବସ୍ଥାପକ  ଉର୍ମିଳା ମିଶ୍ର, ମୁଖ୍ୟ ବକ୍ତା ସମ୍ବଲପୁର ଯୋନର ଉପ ସଂଯୋଜିକା ଭାରତୀ ଶତପଥୀ, ସମ୍ମାନିତ ଅତିଥି ଭାବେ ହିଂଜିଲିକାଟୁ ଗାୟତ୍ରୀ କଲେଜର ମୁଖ୍ୟ ପ୍ରବନ୍ଧକ ସଶ୍ମିତା ପଟ୍ଟନାୟକ, ବ୍ରହ୍ମପୁର ୱାନଷ୍ଟପ ସେଣ୍ଟର ( ସଖି)ର ମୁଖ୍ୟ ପ୍ରବନ୍ଧକ ମହେଶ୍ୱତା ସାବତ ଯୋଗ ଦେଇଥିଲେ।  ବୈଠକ ପ୍ରାରମ୍ଭରେ ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ, ହରିଦ୍ୱାର (ଉତ୍ତରାଖଣ୍ଡ) ରୁ ମହିଳା ସଂଗଠନ ର ପ୍ରମୁଖ ଡ଼ା. ଗାୟତ୍ରୀ ଶର୍ମା ଭିଡିଓ   ମାଧ୍ୟମରେ  "ଆସ ଗଢିବା ସଂସ୍କାରବାନ ପିଢ଼ି ର ସନ୍ଦେଶ ଦେଇଥିଲେ। ଯୁଗେ ଯୁଗେ ନାରୀର ଗାରିମା ଓ ଗାଥା ରହି  ଆସିଛି , ଭାରତ ଏକ ନାରିପ୍ରଧାନ ଦେଶ। ଆଗାମୀ ଦିନରେ ଭାରତୀୟ ନାରୀମାନଙ୍କ ଭୂମିକା ସମଗ୍ର ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଅତିଥିମାନେ କହିଥିବା ବେଳେ ଶକ୍ତିପୀଠର ମୁଖ୍ୟ ପ୍ରବନ୍ଧକ ପ୍ରଫୁଲ୍ଲ ଦାସଙ୍କ ତତ୍ୱାବଧାନ ରେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ମହିଳାମାନଙ୍କୁ ନେଇ ୨୪ ଗୋଟି ମହିଳା ମଣ୍ଡଳ ଗଠନ ହୋଇଥିଲା। ଗଠନ କରାଯାଇଥିବା ମହିଳା ମଣ୍ଡଳ ର କାର୍ଯ୍ୟକର୍ତା ମାନଙ୍କୁ ମୁଖ୍ୟ ପ୍ରବନ୍ଧକ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଗାୟତ୍ରୀ ପରିବାର ର ଅର୍ଥ ହେଲା ପରିଜନ ମାନେ ନିଜ ନିଜ କ୍ଷେତ୍ରରେ ଗାୟତ୍ରୀ ଯଜ୍ଞ ଓ ସଂସ୍କାର ମାଧ୍ୟମରେ ଗୃହେ ଗୃହେ,ଗ୍ରାମେ ଗ୍ରାମେ ସଂସ୍କାର ଆନ୍ଦୋଳନ ଚଳାଇ କୁରୀତି ଉନମୂଳନ ଓ ସତପ୍ରବୃତି ର  ସମ୍ବର୍ଦ୍ଧନ ସହିତ ଏକ ସୁନ୍ଦର ବାତାବରଣ ସୃଷ୍ଟି କରି, ମଅନୁଷ୍ୟ ମଧ୍ୟରେ ଦେବତ୍ୱ ଧାରଣ ଓ ପୃଥିବୀ  ଠାରୁ ସୃଷ୍ଟି କରିବାକୁ ପଡିବ।

Post a Comment

Previous Post Next Post