ମାଁ ରୁଦ୍ରକାଳୀ କାମନା ମନ୍ଦିର ପ୍ରାଣ ପ୍ରତିଷ୍ଠା

କନ୍ଧମାଳ  ମୋ ନିୟୁଜ ଓଡିଶା :୦୫/୦୩/୨୦୨୫

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍  ପକାରୀ ପଞ୍ଚାଯତ ପକାରୀ ବୃଡିପଡା ସ୍ଥିତ ସର୍ବପୁରାତନ ସମୟର  ମାଁ ରୁଦ୍ର କାଳୀ କାମନା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଆଡମେ ସହକାରେ ପାଳନ  କରାଯାଉଛି। ଏହି ଉତ୍ସବ ୩ ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ୭ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ କରାଯିବ । ତିନି ତାରିଖରେ କଳସ ଯାତ୍ରା, ଦୀକ୍ଷା ଗ୍ରହଣ, ମଣ୍ଡଳୀ କରଣ ୪ ତାରିଖରେ ଶାଳା ପ୍ରବେଶ ବୈଦିକ ପୂଜା, ସୂର୍ଯ୍ୟ ପୂଜା ଓ ପର୍ବତ ପୂଜା,ଧରଣୀ ପୂଜା,ବନ ଯୋଗ , ଅଗ୍ନି ସ୍ଥାପନା ବୈଦିକ ପୂଜାର୍ଚ୍ଚନା, ପାର୍ଶ୍ଵ ଦେବା ଦେବୀଙ୍କର ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା ପୂଜକ ଚନ୍ଦ୍ର ବାଘ  ,କର୍ତ୍ତା ବଳୀନ୍ଦ୍ର କହଁର, କର୍ତ୍ତୀ ମନ୍ଦାରୀ କହଁର ,ସଭାପତି ଡୁଣ୍ଡେରା ମଳିକ, କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ, ଉପଦେଷ୍ଟା ଅଙ୍ଗଦ କହଁର, ସମାଜସେବୀ ବାବୁଲା କହଁର,ଶୁବିନାଥ କହଁର, ମୋହନ ବିନ୍ଧାଣି,ବିକ୍ରମ କହଁର, ହରେକୃଷ୍ଣ କହଁର,ବୃଷଭ ମଳିକ,ଜୟବଳ ରଣା, ରାଜିବ ଦିଗାଲ, ମକରନ୍ଦ ବିନ୍ଧାଣି, ଅରୁଣ ଦିଗାଲ ଦାୟିତ୍ଵ ତୁଲାଇଥିଲେ। ଆୟୋଜିତ କାର୍ଯ୍ୟ କ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ମାଁ ରୁଦ୍ର କାଳୀଙ୍କ ଆଶିର୍ବାଦ ଗ୍ରହଣ କରିଥିବା ବେଳେ ଚାରି ଦିନ ଧରି ଉତ୍ସବକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ। ଏବେ ପକାରୀ ଅଞ୍ଚଳବାସୀ ଙ୍କ ଦ୍ବାରା ସ୍ଥାୟୀ ନୂତନ ମନ୍ଦିର ନିର୍ମାଣ ହେବାପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀଦ୍ବାରା   ଷୋହଳ ପ୍ରହରୀ ନାମ ଯଜ୍ଞ ଜାରି ରହିଛି।

Post a Comment

Previous Post Next Post