କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଗବରନଳ ପ୍ରାଥମିକ ବିଦ୍ୟାଳୟ ରେ ପାଚେରୀ ଓ ରୋଷେଇ ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ

 


କନ୍ଧମାଳ ମୋ ନିୟୁଜ ଓଡିଶା 

ଆଜିବି ଅବହେଳିତ ଭାବେ ରହିଛି ଫିରିଙ୍ଗିଆ ବ୍ଲକ ର ଅନେକ ପ୍ରାଥମିକ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ପହଞ୍ଚି ପାରିନାହିଁ ଏମିତି ଏକ ବିଦ୍ୟାଳୟ ହେଉଛି ଫିରିଙ୍ଗିଆ ବ୍ଲକ ପାହିରାଜୂ ପଞ୍ଚାୟତ ଗବରନଳା ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ବିଦ୍ୟାଳୟ ୧୯୭୯ ମସିହାରେ ସ୍ଥାପିତ ହୋଇଥିଲା ବିଦ୍ୟାଳୟ ଗାଁର ଥିବା ଏକ ନାଳ ନିକଟରେ ରହିଛି ବିଦ୍ୟାଳୟ ସମସ୍ୟା ଘେରରେ ରହିଛି ବର୍ଷା ଦିନରେ ବିଦ୍ୟାଳୟ ଭିତରେ ପାଣି ପାଣି ପସୁଥିବା ବେଳେ ଆଜି ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହୋଇ ପାରିନାହିଁ ଏଥିଯୋଗୁଁ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ କେବଳ ଦୁଇଜଣ ଶିକ୍ଷକ ଅଛନ୍ତି କିନ୍ତୁ ବର୍ଷା ହେଲେ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଥିବା ରୋଷେଇ ଘର ଦୀର୍ଘ ମାସ ହେବ ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ମରାମତି ହୋଇପାରୁ ନାହିଁ ଅର୍ଥ ଅନୁଦାନ ଆସି ନଥିବାରୁ ମରାମତି ହୋଇପାରୁ ନଥିବା ଜଣାପଡ଼ିଛି ଅନ୍ୟ ଉପାୟ ନ ପାଇ ପାଚିକା ଓ ସହାୟୀକ ଭଙ୍ଗା ଦଦରା  ରୋଷେଇ ଘରେ ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ରୋଷେଇ କରୁଛନ୍ତି ତୁରନ୍ତ ଏହି ବିଦ୍ୟାଳୟରେ ରୋଷେଇ ଗୃହ ମରାମତି ଓ ପାଚେରୀ ନିର୍ମାଣ ପାଇଁ ଅଭିଭାବକ ଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି ଏହି ଘଟଣାକୁ ନେଇ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ବିଦ୍ୟାଳୟ ପାଚେରୀ ନଥିବା ଏବଂ ରୋଷେଇ ଗୃହ ଭାଙ୍ଗିଥିବା ସ୍ୱୀକାର କରିବା ସହ କନ୍ଧମାଳ ଜିଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଓ ପଞ୍ଚାୟତ ରେ ଲିଖିତ ଭବରେ ଦିଆଯାଇଛି କିଭଳି ତୁରନ୍ତ ମରାମତି ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ସୁଚନା ଦେଇଛନ୍ତି  ।

Post a Comment

Previous Post Next Post