ଶକ୍ତିପୀଠରେ ମାଙ୍କ ମୂର୍ତ୍ତି ଭାଙ୍ଗିଲେ ବିଧର୍ମୀ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଚୈତ୍ର ମାସରେ ଓଡ଼ିଶା ର ସମସ୍ତ ଶକ୍ତିପୀଠ ମାନଙ୍କରେ ଚୈତ୍ର ଯାତ୍ରା ପାଇଁ ସଜବାଜ ହେଉଥିବା ବେଳେ, ଏକ ଶକ୍ତିପୀଠ ରେ ଯାତ୍ରା ପୂର୍ବରୁ କୁରେଇଶୁଣି ଓ ମାଣିକେଶ୍ଵରୀ ମୂର୍ତ୍ତୀ କୁ ଭାଙ୍ଗି ଖଣ୍ଡ ବିଖଣ୍ଡିତ କରିଛନ୍ତି ବିଧର୍ମୀ ମାନେ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ କେଶରାରେ ପୂଜା ମାଙ୍କ  ଶକ୍ତିପୀଠରେ l ଏହି ପିଠ ଟି ବହୁ ବର୍ଷ ପୂର୍ବରୁ ବଡଗଡ ରାଜା ଙ୍କ ସମୟ ରୁ ମା କୁରେଇଶୁଣି ଓ ମା ମାଣିକେଶ୍ଵରୀ ଙ୍କ ନାମରେ ନାମିତ, ଏହି ପିଠ ରେ ପ୍ରତ୍ୟେକ ଚୈତ୍ର ମାସ ରେ ଏବଂ ଦଶହରା ସମୟରେ ମା ଙ୍କୁ ପୂଜାର୍ଚନା କରି ଆସୁଛନ୍ତି କେଶରା ଗାଁ ଓ ଅଞ୍ଚଳବାସୀ, ଏଠାରେ ଦନ୍ତାଳ, ଝାମି ଯାତ୍ରା ଭଳି ଅନେକ ପର୍ବ ପାଳନ ହୋଇ ମାନସିକ ଧାରୀ ଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି l କେଶେରା ଗ୍ରାମ ରେ ଚଳିତ ମାସ ଚୈତ୍ର ଯାତ୍ରା ପୂର୍ବରୁ କୌଣସି ଅଜଣା ବିଧର୍ମୀ  ମାନେ ମା ଙ୍କ ପ୍ରତିମା କୁ ଭାଙ୍ଗି ଚୁର୍ ମାର କରି ଖଣ୍ଡ ବିଖଣ୍ଡିତ କରି ଫୋପାଡି ଦେଇଥିବା ଦେଖିବାକୁ ମିଳିଛି l ସେଠାକାର ହିନ୍ଦୁ ଧର୍ମୀ ଙ୍କ ମନରେ କୁଠାର ଘାତ ହୋଇଥିବାରୁ ସେମାନେ ଦୁଃଖିତ, ବାରମ୍ବାର ଏହି ଅଞ୍ଚଳରେ ହିନ୍ଦୁ ଧର୍ମ ଉପରେ କୌଣସି ନା କୌଣସି ପ୍ରକାର ଆଘାତ ହେଉ ଥିବାରୁ ସରକାର ଙ୍କୁ ନିବେଦନ କରିଛନ୍ତି ସୁରକ୍ଷିତ ଅଞ୍ଚଳ ଗଠନ କରିବା ପାଇଁ ଏବଂ ଆଇନ ର ଆଶ୍ରୟ ନେଇ ଅଜଣା ଆତତାୟୀ କୁ ଧରିବା ପାଇଁ ଥାନା ର ଦ୍ୱାରସ୍ଥ ହୋଇଛନ୍ତି କେଶରା ବାସୀ l

Post a Comment

Previous Post Next Post