ଜରଡ଼ା ରେ ସୁଭଦ୍ରା ପଥପ୍ରାନ୍ତ ସଭା ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପାତ୍ରପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା 

ପାତ୍ରପୁର ବ୍ଲକ ଜରଡ଼ା ଠାରେ ସୁଭଦ୍ରା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ତୁମ୍ବା, ବୁରାତାଲ,ସାମନ୍ତରାପୁର, ଆମ୍ବପୁର, ଜରଡ଼ା, ଗୁଣ୍ଡରା ଓ ବାଦପୁର୍ ପଂଚାୟତ ର ଜନ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ସହାୟିକା,ଓ ଏଲ ଏମ କର୍ମଚାରୀ , ଏସ ଏଚ ଜି ମହିଳା ଓ ସୁଭଦ୍ରା ହିତାଧିକାରୀ ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜରଡ଼ା ସରପଞ୍ଚ ତିଳ ବେହେରା ସଭାପତିତ୍ବ  କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ସବିତା ନାୟକ ଆମ୍ବ ପୁର ସରପଞ୍ଚ ତପଇ ବେହେରା ସୁପର ଭାଇଜର ସୁଭାଷିନୀ ସେଠୀ ଓ ପୁଷ୍ପଲତା ବେହେରା ନାଏବ ସରପଞ୍ଚ ଗୋଲାପି ଦଳେଇ ୱାର୍ଡ଼ ମେମ୍ବର ପାଣ୍ଡବ ପ୍ରଧାନ, କେ ନାରସମ୍ମା, ଯୋଗାଣ ସହାୟକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୂଖ ମାଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ। ସଞ୍ଜୁ କୁମାରୀ ବେହେରା ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ଅନେକ ଅଙ୍ଗନୱାଡି କର୍ମୀ ସଙ୍ଗୀତ ନୃତ୍ୟ ପରିବେଷଣ କରି ଶୁଭଦ୍ରା ଶକ୍ତି ସମ୍ପର୍କିତ ଭାଷଣ ଦେଇଥିଲେ। ନାଏବ ସରପଞ୍ଚ ମାଧବ ବାଡତ୍ୟା ମଞ୍ଚ ପରିଚାଳନା କରିଥିଲେ।

Post a Comment

Previous Post Next Post