(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବୁଗୁଡା :ମୋ ନିୟୁଜ ଓଡିଶା ସ୍ଥାନୀୟ ସଙ୍ଗମ କଲ୍ଯାଣୀ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚଳିତ ବର୍ଷ ବଜେଟ ସମ୍ପର୍କରେ ଏବଂ ଦଳୀୟ ସଂଗଠନକୁ କିଭଳି ଭାବରେ ତୃଣମୂଳ ସ୍ତରରେ ମଜବୁତ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ଏ ଅବସରରେ ବୁଗୁଡା ନଗର ବିଜେପି ସଭାପତି ଭାବେ କେଦାର ନାଥ ମହାରଣା ଓ ପ୍ରଭାରୀ ଭାବେ ପ୍ରଦୀପ କୁମାର ଦାଶଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବୁଗୁଡା ବ୍ଲକର ୪୧ ନମ୍ବର ଜିଲାପରିଷଦ ଜୋନର ମଣ୍ଡଳ ସଭାପତି ଭାବେ ଭଗବାନ ଜେନା ଓ ପ୍ରଭାରୀ ଭାବେ ସଞ୍ଜୟ ଜେନା , ୪୨ ନମ୍ବର ଜୋନର ମଣ୍ଡଳ ସଭାପତି ଭାବେ କାର୍ତ୍ତିକ ମଙ୍ଗାଳ ଓ ପ୍ରଭାରୀ ଭାବେ ସୁଶାନ୍ତ କୁମାର ଡାକୁଆ ଏବଂ ୪୩ନଂ ଜୋନର ମଣ୍ଡଳ ସଭାପତି ଭାବେ ସୁନୀଲ କୁମାର ପ୍ରଧାନ ଓ ପ୍ରଭାରୀ ଭାବେ ଦିଲ୍ଲୀପ ପ୍ରଧାନଙ୍କୁ ନିଯୁକ୍ତି କରାଯାଇଥିଲା। ଏଥି ସହ ବୁଗୁଡା ବ୍ଲକ ଆତ୍ମା ଅଧ୍ଯକ୍ଷ ଭାବେ କୃଷକ ନେତା ସନ୍ତୋଷ କୁମାର ସାହୁଙ୍କୁ ନିଯୁକ୍ତି କରାଯାଇଥିଲା। ଏହି ବୈଠକରେ ଦଳର ବରିଷ୍ଠ ନେତାବୃନ୍ଦ ଏବଂ କର୍ମୀଗଣ ଉପସ୍ଥିତ ରହିଥିଲେ।


