ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍
(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୯ ତମ ଜୟନ୍ତୀ ସମାରୋହ ଗଞ୍ଜାମ ଜିଲ୍ଲା ସ୍ତରରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖ ରେ ରହିଥିବା ମହାନ ଜନ ନାୟକ ପ୍ରବାଦ ପୁରୁଷଙ୍କର ପ୍ରତି ମୂର୍ତ୍ତିରେ ପୂର୍ବାହ୍ନରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ପୁଷ୍ପ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମାନ୍ୟବର ବିଧାୟକ କେ. ଅନୀଲ କୁମାର , ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ଵାଇଁ ,ଉପାଧ୍ୟକ୍ଷା ଏସ . ରାଜେଶ୍ଵରୀ ଦୋରା ,ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ ,ଉପାଧ୍ୟକ୍ଷ ପାପା ରାଓ ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ,ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ,ଛତ୍ରପୁର ଉପଜିଲ୍ଲାପାଳ ଶିବାଶୀଷ ବରାଡ,ସହକାରୀ ଉପଜିଲ୍ଲାପାଳ ପାର୍ଥ ସାରଥି ହାନ୍ସଦା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟାର୍ପଣ କରିଥିବା ବେଳେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ସହଯୋଗ କରିଥିବା ବେଳେ ଛତ୍ରପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି ଭବନ ପରିସର ଠାରେ ସନ୍ଧ୍ଯା ସମୟରେ ଏକ ସାଧାରଣ ସଭା ଆୟୋଜନ ପୂର୍ବକ ପ୍ରବାଦ ପୁରୁଷ ,ଇଗଲ ଟାଡ ,ଜନନାୟକ ବିଜୁ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ ସଭା ଆୟୋଜନ ହେବା ସହ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


