ଅଜଣା ମୃତ ଦେହ ରାସ୍ତା କଡରେ ଠାବ


ଆର,ଉଦୟଗିରି- ମୋ ନ୍ୟୁଜ  ଓଡ଼ଶା (ମନୋଜ କୁମାର ପାଢୀ)- ରବିବାର  ସକାଳୁ ସକାଳୁ ରାସ୍ତା କଡରେ ଅଜଣା ଯୁବକଙ୍କର ମୃତଦେହ ଠାବ ହୋଇଛି l ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବାରନାଳୀ ଠାରେ l ଆଜି ସକାଳୁ ଅଂଚଳର କିଛି ସ୍ଥାନୀୟ ଯୁବକ ସେଠାକୁ ଗାଧୋଇବା ପାଇଁ ସେଠାକୁ ଯାଇଥିବା ବେଳେ ହଟାତ ସେହି ସ୍ଥାନରୁ ପଚା ଦୁର୍ଗନ୍ଧ ବାହାରିଥିଲା l ସ୍ଥାନୀୟ ଲୋକେ ଅର୍ଦ୍ଧ ଶରୀରକୁ ଦେଖି ଭୟଭୀତ ହୋଇ ଆର - ଉଦୟଗିରି ପୋଲିସକୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ଆର -ଉଦୟଗିରି ପୋଲିସ ଓ ଆର -ଉଦୟଗିରି ତହସିଲଦାର ପହଞ୍ଚି ତଦନ୍ତ ଚଳାଇଛନ୍ତି l ତେବେ ଘଟଣା ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି l

Post a Comment

Previous Post Next Post