ବ୍ରହ୍ମପୁର ରେଳବାଇ ପୋଲିସ. ଜି. ଆର. ପି ଥାନା ପକ୍ଷରୁ ଶ୍ରୀ ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁଙ୍କ 35 ତମ ବାର୍ଷିକ ଉଛବ ଉଦଯାପିତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ରେଳବାଇ ପୋଲିସ. ଜି. ଆର. ପି ଥାନା ଦ୍ୱାରା ପ୍ରାୟୋଜିତ. ଶ୍ରୀ ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁଙ୍କ 35 ତମ ବାର୍ଷିକ ଉଛବ ଉଦଯାପିତ l     ହୋମ ଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ, ସନ୍ଧ୍ୟା ଆରତୀ,ଚଣ୍ଡୀପାଠ, ନାନାଦି ସ୍ତୁତି ସ୍ତବ ପାଠ, ସ୍ତ୍ରାତ୍ରୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଦଶମହlବିଦ୍ୟା ପାଠ କରାଯାଇଛି,ସନ୍ଧ୍ୟାରେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ସଭାପତି ଗୀତାବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ, ମଞ୍ଚରେ ଉଦଘାଟନୀ ଆଳତି କରିଥିଲେ l ଆଇ ଆଇ ସି ଜି. ଆର. ପି ଥାନା ଜ୍ୟୋତି ପ୍ରକାଶ ନାୟକ ଓ ତାଙ୍କ ସହଧର୍ମିଣୀ, ତ୍ରିନାଥ ମନ୍ଦିରର ପୂଜକ, ସେବକ,ଭକ୍ତବୃନ୍ଦ ପ୍ରଦୀପ ପ୍ରଜୁଳନ କରି ଭଜନ ସମlରୋହ, ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଗତ 2 ଦିନ ଧରି ଚଲିଥିବା ଆଧ୍ୟାତ୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ଭକ୍ତ, ଥାନା କର୍ମଚାରୀ, ପର୍ଯ୍ୟଟକ, ଆଖପାଖ ଅଂଚଳର ଜନସାଧାରଣ, ଯୋଗଦେଇ ବିଭୁକୃପା ଲାଭ କରିବାର ଦେଖିବାକୁ ମିଳିଥିଲା, ବିଭିନ୍ନ ଜ଼ିଲ୍ଲାରୁ ରେଳକୁ ଅପେକ୍ଷା କରିଥିବା ଯାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ବହୁତ ସ୍ଥାନୀୟ କଳାକାର ଓ ଆଦିତ୍ୟ କୁମାର ସେଠି, ଶଙ୍କର ରାଓ ଙ୍କ ତତ୍ୱବଧାନ ରେ ପରିଚାଳନା ରେ ପୁରୁଣା ହିନ୍ଦୀ, ଜଗନ୍ନାଥ, ଭଜନ, ଆଦି ସଂଗୀତ ଗୀତା ପରିବେସଣ ହୋଇଛି, ସମାଜରେ ଚୋରି, ଡକାୟତ, ରାଜହlନି, ବନ୍ଦ କରିବାକୁ, ସାମାଜିକ ସମରସାତ ବଜାୟ ରଖିବାକୁ ଜି. ଆର. ପି ଥାନା ଅଧିକାରୀ ଉପସ୍ଥିତ ଦର୍ଶକଙ୍କୁ ନିବେଦନ କରିଥିଲେ, ପୋଲିସ ଜନସାଧାରଣ ଙ୍କ ସେବାରେ ସଦା ତତପର ରହିଛ, ରହିବ ସେଥିପାଇଁ ଜନସାଧାରଣ ଙ୍କ ସାହାଯ୍ୟ ସାହଯେଗ ଆବଶ୍ୟକ ରହିଛି..ବୋଲି କହିଥିଲେ.. I

Post a Comment

Previous Post Next Post