ପୁଣି ଦୋଳାରେ ବୁହା ହେଲେ ରୋଗୀ l


ଆର,ଉଦୟଗିରି ମୋ ନ୍ୟୁଜ  ଓଡ଼ଶା (ମନୋଜ କୁମାର ପାଢୀ)  -ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଦୋଳାରେ ବୁହା ହେଇ ମେଡିକାଲ ଯାଉଛନ୍ତି ଆଦିବାସୀ ଲୋକେ l ଆମେ କହୁଛୁ ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶିଆଳିଲଟି ପଂଚାୟତ 

ତଇଲ ଗ୍ରାମରେ l ଗାଁର ଯୁରିଆ ନାୟକ ଙ୍କ ପତ୍ନୀ ସୁକାନ୍ତି ନାୟକ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୋଳାକରି ଦୀର୍ଘ 15 କିମି ବୋହି ନେଉଛନ୍ତି ତାଙ୍କ ସଂପର୍କୀୟ ଲୋକେ । ଗ୍ରାମବାସି ବାରମ୍ବାର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଆସୁଥିବାବେଳେ କେହି କର୍ଣ୍ଣପାତ କରୁନାହାନ୍ତି l ତେବେ ଏ ଅଭିଶପ୍ତ ଜୀବନରୁ କେବେ ମୁକ୍ତି ପାଇବେ ଏହି ନିରୀହ  ମାନେ ତାହାକୁ ହିଁ ସମସ୍ତଙ୍କର ଅପେକ୍ଷା l

Post a Comment

Previous Post Next Post