ଦିଲ୍ଲୀରେ ବିଜେପି ଜିତିବା ଖୁସିରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେରେ ବିଜୟ ଉଛବ ପାଳିତ |


ମୋ ନିୟୁଜ ଓଡିଶା ଧରାକୋଟ ୦୮/୦୨/୨୦୨୫ ଶନିବାର :-  ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକରେ ଦିଲ୍ଲୀ ବିଜେପିର  ବିଜୟ ଉଛବ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସହ ସହ ବିଜେପି କର୍ମୀ ଯୋଗ ଦେବା ସହ ସାନଖେମୁଣ୍ଡି ବିଧାୟକ ପାର୍ଥି ଶ୍ରୀ ଉତ୍ତମ କୁମାର ପାଣିଗ୍ରାହୀ ଓ ତମାମ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, କୃଷକ ମୋର୍ଚା ସଭାପତି, ଓବିସି, ଏସି , ଏସଟି ମୋର୍ଚା ସଭାପତି ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ବିଜୟ ବାର୍ତା ଦେଇଥିଲେ | ଶ୍ରୀ ଉତ୍ତମ କୁମାର ପାଣିଗ୍ରାହୀ କହିଥିଲେ ଯେ ଏହା ଏକ ଦୁର୍ନୀତି ଖୋର ସରକାର ବିରୁଦ୍ଧରେ ବଡ ବିଜୟ ବୋଲି ପ୍ରମାଣ ମିଳିଛି ଓ ଦିଲ୍ଲୀ ଲୋକେ ଦୁର୍ନୀତି ହଟାଇ ଦେଇଛନ୍ତି | 

ଶଙ୍କର ପାଣିଗ୍ରାହୀ ଙ୍କ ରିପୋର୍ଟ 

Post a Comment

Previous Post Next Post