ନିପୂଣ ଓଡ଼ିଶା ମେଳା ଓ ଟି,ଏଲ, ଏମ ପ୍ରଦର୍ଶନୀ।

 


ମାଲକାନଗିରି ତା ୦୫/୦୨ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ହେଉଥିବା ଅଭିନବ ଶିକ୍ଷାଦାନ ପ୍ରଣାଳୀକୁ ପ୍ରୋତ୍ସାହିତ ଓ ପ୍ରଦର୍ଶିତ କରିବା ଏବଂ ଗୋଷ୍ଠୀ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଅଭିଭାବକ ମାନଙ୍କୁ ନିପୂଣ ଓଡ଼ିଶା ମିଶନ ବିଷୟରେ ସଚେତନ କରିବା ପାଇଁ, ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ବୁଟିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, 'ନିପୂଣ ଓଡ଼ିଶା' ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ବ୍ଲକ ଓ ମ୍ୟୁନିସିପାଲଟି ଅନ୍ତର୍ଗତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିର୍ମିତ,ଶିକ୍ଷାର ମାନ ବୃଦ୍ଧି ଓ ସହଜ ସରଳ ପଦ୍ଧତିରେ ଶିକ୍ଷାଦାନ ପାଇଁ ଉପଯୋଗୀ ବିଭିନ୍ନ ପ୍ରକାରର ଟି, ଏଲ ,ଏମ ପ୍ରଦର୍ଶିତ ହୋଇଥିଲା। ଏହି ମେଳାକୁ  ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ଏବଂ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଟି ଏଲ, ଏମ, ର ଆବଶ୍ୟକତା ଏବଂ ଉପଯୋଗୀତା ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ଅଭିଭାବକ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।  ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଗୌରୀ ପଡ଼ିଆମି, ମାଲକାନଗିରି ଜିଲ୍ଲାର ବିଧାୟକ ପ୍ରତିନିଧି ନୀହାର ରାୟ, ମାଲକାନଗିରି ବ୍ଲକର ବିଧାୟକ ପ୍ରତିନିଧି ସତ୍ୟ ସରଣ ପାଲ, ମାଲକାନଗିରି ମ୍ୟୁନିସିପାଲଟି ବିଧାୟକ ପ୍ରତିନିଧି ରାୱଲ ତାୱରି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ସାଜ୍ଜନ, ଜିଲ୍ଲା ପାଡାଗୋଜି ସଂଯୋଜକ ଶେଷ ଶଙ୍କର ମାହାଲିକ ଏବଂ ଏଫ ଏଲ ଏନ ପ୍ରତିନିଧି ମହାଦେବ ରାଉତ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। 

ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ତିଆରି ଟି ଏଲ ଏମ ଗୁଡ଼ିକ ଖୁବ୍ ଉଚ୍ଚମାନର ହୋଇଥିଲା ଏବଂ ଅତିଥିମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Post a Comment

Previous Post Next Post