ପୁରୁଷୋତ୍ତମପୁରରେ ନକଲି ମୃଦୁ ପାନୀୟ କାରଖାନା !

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପୁରୁଷୋତ୍ତମପୁର: ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଟଙ୍କାଛାଇ ଗ୍ରାମପଞ୍ଚାୟତର ଟଙ୍କାଛାଇ ଗ୍ରାମରେ ବର୍ଷ ବର୍ଷ ଧରି ବିଭିନ୍ନ କମ୍ପାନୀର ନକଲି ମୃଦୁ ପାନୀୟ ତିଆରି କରି ବଜାରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଥଣ୍ଡା ମୃଦୁ ପାନୀୟ ଷ୍ଟିକରକୁ ନକଲି କରି ତିଆରି ହେଇଥିବା ଜଣା ପଡ଼ିଛି। ଥମ୍ବସ ଅପ, ସ୍ପ୍ରାଇଟ୍ ସହ ପାଣି ମଧ୍ୟ ସ୍ଥାନୀୟ ମାର୍କେଟରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ତେବେ ପାଣି ଓ ମୃଦୁ ପାନୀୟର ଶୁଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ପ୍ରସ୍ତୁତ କରାଯାଉଥିବା ସ୍ଥାନର ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଏହି ପ୍ରସ୍ତୁତି ପ୍ରକ୍ରିୟା କେତେ ସ୍ୱାସ୍ଥ୍ୟକର ତାହା ମଧ୍ୟ ସ୍ପଷ୍ଟ ଅନୁମେୟ। ପାଣି ବୋତଲରେ ମିନେରାଲ ଓ ଭିଟାମିନ ଯୁକ୍ତ ବୋଲି ଦର୍ଶାଇ ବଜାରରେ ବିକ୍ରି ହେଉଥିବା ଜଣାପଡ଼ିଛି। ନକଲି ପାଣି ବୋତଲ ଓ ଥଣ୍ଡା ମୃଦୁ ପାନୀୟର ବିଭିନ୍ନ ନାମୀଦାମୀ କମ୍ପାନୀର ବ୍ରାଣ୍ଡକୁ ନକଲ କରି ବ୍ୟବସାୟ ଚଳାଇଥିବା ଜଣାପଡ଼ିଛି। ଏହି କାରଖାନାରେ ବିଶୁଦ୍ଧତାର ମାପଦଣ୍ଡ କି ଅଧିକୃତ ମୋହର ନଥିବା ମଧ୍ଯ ଦେଖିବାକୁ ମିଳିଛି। ପାଣି ଓ ବିଭିନ୍ନ ନାମୀ ଦାମୀ କମ୍ପାନୀର ବ୍ରାଣ୍ଡକୁ ନକଲ କରି ପ୍ରସ୍ତୁତ ହେଇଥିବା ଥଣ୍ଡା ମୃଦୁ ପାନୀୟ କେବେ ତିଆରି ଓ ଏହାର ବୈଧତା କେତେ ଦିନ ତାହା ମଧ୍ଯ ଉଲ୍ଲେଖ ହେଉନଥିବା ନଜର ରହିଛି। କମ୍ପାନୀର ନକଲି କାରଖାନା ଉପରେ ଚଢ଼ାଉ ହେଉନଥିବାରୁ କିଛି ଅସାଧୁ ବ୍ୟବସାୟୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକାରେ ଖୁଲମ ଖୋଲା ନିର୍ଭୟ ଭାବରେ ବେଆଇନ ଭାବେ ଏହି ବ୍ୟବସାୟ ଚାଲିଥିବା ଜଣାପଡୁଛି। କାରଖାନା ଓ ବ୍ୟବସାୟର ପ୍ରତିବର୍ଷ ଲାଇସେନ୍ସ ପଞ୍ଜିକରଣ ପାଇଁ ନିୟମ ରହିଥିବା ବେଳେ ସେହି ଲାଇସେନ୍ସକୁ ନବୀକରଣ ନ କରି ବର୍ଷ ବର୍ଷ ଧରି ବ୍ୟବସାୟ ଚଳାଇ ଆସୁଥିବା ଜଣାପଡ଼ିଛି। ଖାଦ୍ୟ ସୁରକ୍ଷା ବିଭାଗର ନିୟମକୁ ଫୁ କରି ଖୁଲମ୍ ଖୁଲ ନକଲି କାରଖାନାରେ ବିଭିନ୍ନ ବ୍ରାଣ୍ଡ ଷ୍ଟିକର ଲଗାଇ ତିଆରି ହେଇଥିବା ବେଳେ ବିଭାଗ ମଧ୍ୟ ଚୁପ୍ ବସିଥିବା ଦେଖିବାକୁ ମିଳୁଛି। ଏହି ନକଲି ପାଣି ଓ ଥଣ୍ଡା ପାନୀୟ ବ୍ୟବହାର କରି ବହୁ ଲୋକ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ତେବେ ଏହି ନକଲି କାରଖାନା ଉପରେ କେବେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ିବ ଓ ନକଲି କାରଖାନାର ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରି କେବେ କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା।

Post a Comment

Previous Post Next Post