ବୁଦ୍ଧଖୋଲ ମହୋତ୍ସବ ୨୦୨୫ ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା, ୯/୦୨(ସୋରେନ କୁମାର ପ୍ରଧାନ):ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ତିନିଦିନ ଧରି ଅନୁଷ୍ଠିତ  ବୁଦ୍ଧଖୋଲ ମହୋତ୍ସବ ୨୦୨୫ ରବିବାର ଦିନ ଦ୍ୱିତୀୟ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ପିପିଲି ବିଧାୟକ ଆଶ୍ରିତ ପଟନାୟକ ଯୋଗଦାନ ପୂର୍ବକ ଉଦଘାଟନ  କରିଥିଲେ । ସମ୍ମାନୀତ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ ମିଶ୍ର ,ଏନ୍ ଏସି କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଓ ବୁଗୁଡା ନଗର ବିଧାୟକ ପ୍ରତିନିଧି ଯଜ୍ଞ ନାରାୟଣ ବେହେରା ଯୋଗଦେଇ ଥିଲେ।ଐତିହାସିକ ବୁଦ୍ଧଖୋଲ ମନ୍ଦିର ସଂସ୍କୃତି ଓ ପରମ୍ପରା ବିଷୟରେ ଲୋକଲୋଚନକୁ ଆଣିବା ସହିତ ଏହାର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ସହଯୋଗ କାମନା କରିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ।ଏହାସହିତ ବିଧାୟକ ଖଣ୍ଡପଡା ଓ ବିଧାୟକ ପିପିଲି ବୁଦ୍ଧଖୋଲ ପ୍ରକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ହଜାର ହଜାର ଲୋକ ସମାଗମ ଏବଂ ବୁଦ୍ଧଖୋଲ  ଐତିହ୍ୟ ଓ ପରମ୍ପରା ଜାଣିବା ପରେ ବହୁତ ଖୁସି ଅନୁଭବ କରିଥିବା ପ୍ରକାଶ କରିଥିଲେ ।ଅଞ୍ଚଳର ବ୍ଯକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଗାୟକ ରୁକୁ ସୋନା ଓ ଲିପ୍ସା ମହାପାତ୍ର ଥିଲେ। ତାଙ୍କ ଯାଦୁକରୀ ସଂଗୀତରେ ଦର୍ଶକଙ୍କୁ ନଚେଇ ଥିଲେ।ଫିଲ୍ମ ଅଭିନେତ୍ରୀ ସୁରିୟମୟି ମହାପାତ୍ର ଓ ହାସ୍ଯ ଅଭିନେତ୍ରୀ ଚାନ୍ଦିନୀ ସୁନ୍ଦର ଅଭିନୟରେ ଲୋକଙ୍କୁ ବିମୋହିତ କରିଥିଲେ। ବୁଗୁଡ଼ା  ଅଞ୍ଚଳର ଲୋକନୃତ୍ୟ ଓ  ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତିର ଉପସଭାପତି ଗଙ୍ଗାଧର ନାୟକ ସ୍ବାଗତ ଭାଷଣ ପ୍ରଦାନ,ସମ୍ପାଦକ ସୁରେଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା ଓ ନଗରସଭାପତି କେଦାର ନାଥ ମହାରଣା ଧନ୍ୟବାଦ ଅପର୍ଣ କରିଥିଲେ।

Post a Comment

Previous Post Next Post