କବିସମ୍ରାଟ ମିଡ଼ିଆ କ୍ଲବ ତରଫରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

 



ଭଞ୍ଜନଗର :ମୋ ନିୟୁଜ ଓଡିଶା ଭଞ୍ଜନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନା ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ଜେନା ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ବଡ଼ଗଡ଼ ଥାନାରେ ସବଇନ୍ସପେକ୍ଟର ଭାବେ ଅଢ଼େଇ ବର୍ଷ ରହିବା ପରେ ଆଇଆଇସି ରୂପେ ପଦୋନ୍ନତି ପାଇ ସେଠାରେ ୨ବର୍ଷ କାର୍ଯ୍ୟ କରିବା ପରେ ସେଠାରୁ ଜି. ଉଦୟଗିରି, ଫୁଲବାଣୀ ଟାଉନ ଥାନା, ପୁରୀ, ପାରାଦୀପ ଥାନା ଏବଂ କଟକ କ୍ରାଇମବ୍ରାଞ୍ଚରେ ୨ବର୍ଷ କାର୍ଯ୍ୟ କରିବା ପରେ ଆଜି ଭଞ୍ଜନଗର ଥାନାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଏଠାରେ ଆଇଆଇସି ଥିବା କୁମର ମୁଦୁଲିଙ୍କର ରମ୍ଭା ଥାନାକୁ ବଦଳି ହୋଇଯାଇଛି। କବିସମ୍ରାଟ ମିଡ଼ିଆ କ୍ଲବର ସାମ୍ବାଦିକ ମାନେ ଆଜି ଭଞ୍ଜନଗର ଥାନାରେ ପହଞ୍ôଚ ଶ୍ରୀଯୁକ୍ତ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହା ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କାରଣ କିଛି ଦିନ ପୂର୍ବରୁ ଶ୍ରୀଯୁକ୍ତ ଦେ’ଙ୍କ ଗାଡ଼ି ଏକ୍ସଡ଼େଣ୍ଟରେ ମାଡ଼ ହୋଇଯାଇଥିଲା। କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ କ୍ଲବର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ଉପ-ସଭାପତି ପୁରୁଷୋତ୍ତମ ମହାପାତ୍ର, ସହ ସମ୍ପାଦକ ରଞ୍ଜିତ ଜେନା, ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ନବ ବିଷୋୟୀ, ଗିରୀଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଭଞ୍ଜନଗର ଅଞ୍ଚଳରେ ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱ ଦେବା, ଅପରାଧ ନିୟନ୍ତ୍ରଣ କରିବା ସହ ପୋଲିସକୁ ଜନସାଧାରଣ ସହଯୋଗ କରିବା ଏବଂ କୌଣସି ଜରୁରୀ ସୂଚନା ନିମନ୍ତେ ୯୫୫୬୬୫୯୪୪୫ ଏବଂ ୭୩୨୬୮୦୭୫୮୮ ନମ୍ବରରେ ଯୋଗାଯୋଗ କରିବା ପାଇଁ ଆଇଆଇସି ଶ୍ରୀ ଜେନା ଜଣାଇଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post