(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁରର ସର୍କିଟ ହାଉସ୍ ଠାରେରେ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫି ତରଫରୁ ମାର୍ଚ୍ଚ ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ହବାକୁ ଯାଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉପରେ ଆଲୋଚନା ହୋଈଛି।ଏହାର ଆୟୋଜକ ହେଉଛନ୍ତି ବ୍ରହ୍ମପୁର ଆଲଫା ସ୍ପୋଟିଙ୍ଗ କ୍ଳବ୍ ଏହା ହେଉଛି ୧୫ ତମ ଜାତୀୟ ସ୍ତରର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ସହରରେ ହବାକୁ ଯାଉଛି। ଏହାକୁ ପ୍ରସାରଣ ଓ ପ୍ରଚାର କରିବା ପାଇଁ ବ୍ରହ୍ମପୁର ସର୍କିଟ ହାଉସ୍ ଠାରେ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫିର ଚେୟାରମେନ ବ୍ରହ୍ମପୁର ର ପୂର୍ବତନ ବିଧାୟିକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଈ ଯାଈଛି। ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ହବାକୁ ଯାଉଛି।ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରରୁ ୧୦ ଟି ବଛା ବଛା ସୁନାମଧନ୍ୟ ଟିମ ମାନେ ଅଂଶ ଗ୍ରହଣ କରୁଛନ୍ତି।ଏହି ଟୁର୍ଣ୍ଣାମେଣ୍ଟ ସକାଳ ୯ ଟା ରୁ ଆରମ୍ଭ ହୋଈ ଅପରାହ୍ନ ୪ ଟାରେ ଶେଷ କରିବା ପାଇଁ ନିଷ୍ପତ୍ତି ନିଆ ଯାଈଛି।ଏହି କ୍ରିକେଟ ଖେଳ ୪୦ ଓଭର ମଧ୍ୟରେ ଖେଳାଯିବ। ଗଞ୍ଜାମ ଜିଲ୍ଲାର ପୂର୍ବତନ କ୍ରୀଡାବିତ ଓ ବରିଷ୍ଠ କଳାକାର ମାନଙ୍କୁ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫି ତରଫରୁ ସମର୍ଥୀତ କରିବାର ଆୟୋଜନ କରା ଯାଉଛି। ଏହି କାର୍ଯ୍ୟକ୍ରମ କୁ ଚେୟାରମେନ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ଜଗନ୍ନାଥ ସାବତ,ଶ୍ଵେତାପ୍ରଜ୍ଞା ପଟ୍ଟନାୟକ,ଏମ୍.ସୁଜାତା ଆଜିର ଏହି ପ୍ରେସ ମିଟ କୁ ସଂଯୋଜନା କରିଥିଲେ,ସିମାଞ୍ଚଳ ସାହୁ,କିରଣ କୁମାର, ଅମିତ କୁମାର ଦାସ, ଚନ୍ଧ୍ର ମୋହନ ସାହୁ, ଏବଂ ବହୁ କ୍ରୀଡା ପ୍ରେମୀ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।