(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲାର ୪୩୨ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି। ପ୍ରଦର୍ଶନ ଓ ସର୍ତ୍ତାବଳୀ ଆଧାରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ କ୍ରମେ ସେମାନଙ୍କୁ ନିୟମିତ କରାଯାଇଛି। ନିୟମିତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବର୍ତ୍ତମାନ ସହକାରୀ ଶିକ୍ଷକ Level - 5(A) ପ୍ରାଥମିକ କ୍ୟାଡ଼ର ଅନ୍ତର୍ଭୁକ୍ତ କରାଯାଇଛି। ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଏବଂ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଧ୍ୟାନସାମନ୍ତରା ଙ୍କ ହସ୍ତକ୍ଷେପ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲା। ସେ ଦୁହିଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ୪୩୨ ଜଣ ଙ୍କ ରେଗୁଲାର ଅର୍ଡର୍ ପ୍ରଦାନ କରିଛନ୍ତି । ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ଗଞ୍ଜାମ ତରଫରୁ ବିଧାୟକ ଓ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।