୧୦ ଗୁଣ ଦରରେ ବିକ୍ରିହେଉଛି ମୋବାଇଲ ସିମ କାର୍ଡ ଗ୍ରାହକ ହନ୍ତସନ୍ତ ଓ ବିତରକ ମାଲାମାଲ


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ) - ସାରା ବିଶ୍ୱରେ ଏୟାରଟେଲ, ଜିଓ ଭଳି ବଡ ବଡ ଟେଲିକମ କମ୍ପାନୀ ମାନଙ୍କ ପ୍ରତି ଗ୍ରାହକଙ୍କ ବିଶ୍ୱାସ ବଢ଼ୁଥିବା ବେଳେ କିନ୍ତୁ  ଗଜପତି ଜିଲ୍ଲାରେ  ଏହି ବଡ ବଡ ଟେଲିକମ କମ୍ପାନୀର ସିମ ବିତରକ ମାନେ ଗ୍ରାହକଙ୍କୁ ଲୁଟିବାରେ ଲାଗିଛନ୍ତି l ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଜିଲ୍ଲାର ଆର -ଉଦୟଗିରି ଠାରେ, ଏହି ଜିଲ୍ଲା ଏକ ଆଦିବାସୀ ଦୁର୍ଗମ ଅଂଚଳ ହୋଇଥିବା ବେଳେ ସାଧାରଣତଃ ଏଠାରେ ଆଦିବାସୀମାନେ ଦରିଦ୍ର୍ୟ ସିମାରେଖା ତଳେ ଅଛନ୍ତି ଓ ପ୍ରକୃତ ସିମ କାର୍ଡ   ମୂଲ୍ୟ ସାଧାରଣ ଲୋକଙ୍କ ଅବଗତ ନଥାନ୍ତି ତେଣୁ ସ୍ଥାନୀୟ ବିତରକ ଯାହା କୁହନ୍ତି ସେହି ଅନୁସାରେ ବିଶ୍ୱାସ କରନ୍ତି   l ତାହାର ସୁଯୋଗ ନେଇ ଆର- ଉଦୟଗିରି ଠାରେ ଥିବା ଜି. ସୁନିଲ  କୁମାର  ପାତ୍ର  ନାମକ ଏକ ଦୋକାନୀ ନୂତନ ସିମ କିମ୍ବା ସିମ ସ୍ୱାପ କରିବା ପାଇଁ ଧାର୍ଯ୍ୟ ଦର ଠାରୁ ୧୦  ଗୁଣା ଅଧିକ ଚଢା ଦରରେ ବିକ୍ରିକରି ଗ୍ରାହକଙ୍କୁ ଲୁଟୁଛନ୍ତି l ଯଦି ଟେଲିକମ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଏହି ସ୍ଥାନ ପର୍ଯ୍ୟବେକ୍ଷଣ ପାଇଁ ଆସନ୍ତି ତେବେ ଏଭଳି କଳାବଜାରୀ ବନ୍ଦ ହେଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ଓ ପ୍ରଶାସନ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ସାଧାରଣରେ ଦାବିହେଉଛି  l ଚନ୍ଦ୍ରଗିରି ଓ ଖଜୁରୀପଦା ଗ୍ରାମରେ   ଏଇଟେଲ ସିମିକାଡ ୨୦୦ ଟଙ୍କା  ଥିବା ବେଳେ ରା,ଉଦୟଗିରି ଗ୍ରାମ ଏଇଟେଲ ସିମିକାଡ ୪୦୦ ରୁ ୬୦୦ ଟଙ୍କା  ବିକ୍ର ହେବାର ଅଭିଯୋଗ  ହେଉଛି  ।

Post a Comment

Previous Post Next Post