(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ଆମ୍ବପୁଆ ଓ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ତରଫରୁ ଆଗାମୀ ମାଟ୍ରିକ ପରୀକ୍ଷାରେ କିପରି ଉତ୍ତମ ଶିକ୍ଷା ମାଧ୍ୟମରେ ସଫଳତା ହାସଲ କରିବା ନେଇ ପୃଥକ୍ ପୃଥକ୍ ଭାବେ କେବଳ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଶ୍ରିବାଦ ଉତ୍ସଵ ଆୟୋଜିତ ହୋଇଯାଇଛି । ମୀନାକ୍ଷୀ ନଗର ସ୍କୁଲ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶଶି ଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ର ଓଡ଼ିଆ ବିଭାଗୀୟ ପ୍ରଫେସର ଡ୍ ଶାନ୍ତନୁ ସୁନା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ର ମୂଳ ମନ୍ତ୍ର ନେଇ ନିଜ ବକ୍ତବ୍ୟ ମାଧ୍ୟମ ରେ ଉତ୍ସାହିତ କରିଥିଲେ । ଏହି ଅବସରରେ , ସ୍କୁଲ ଅଧକ୍ଷ ପ୍ରଫେସର୍ କେସି ପଣ୍ଡା, ସ୍କୁଲ ନିର୍ଦ୍ଦେଶକ ଡ଼, ଗୋରୀ ଶଙ୍କରପଣ୍ଡା , ସହ୍ ନିର୍ଦ୍ଦେଶକ ଇଂ କୁନାଲ କୌଶିକ ପଣ୍ଡା ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଉ କର୍ମଚାରୀ ଉପସ୍ଥିତ ଥିଲେ l ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା, ରାହୁଲ ରାଜ ପଣ୍ଡା , ,ଆଞ୍ଚଳିକ ଶିକ୍ଷା ସଂଯୋଜିକା ଉଷାରାଣୀ ପଟ୍ଟନାୟକ ଓ ଆଞ୍ଚଳିକ ଶିକ୍ଷା ଅଧିକାରୀ ଡ୍.ବିନାୟକ ସାହୁ ଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ୍ ଅନୁରୂପ ଯୋଗ ଦେଇ ଥିଲେ । ଆମ୍ବପୁଆ ସ୍ଥିତ ସ୍କୁଲ ରେ ଆୟୋଜିତ ଆଶ୍ରୀବାଦ୍ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ଉପ ସଚିବ ଡ୍ କୁଳମଣି ଓଝା ଯୋଗ ଦେଇ ବିଦ୍ୟାଥ୍ରୀ ମାନଙ୍କୁ କିପରି ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିହେବ ସେଥି ନେଇ କହିବା ସହ ସଭିଙ୍କୁ ଶୁଭ କାମନା ଜଣାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ ଓଝା ଙ୍କୁ ସ୍କୁଲ ତରଫରୁ ନିର୍ଦେଶକ ଡ୍ ଉଦୟ ଶଙ୍କର ପଣ୍ଡା ଓ ଅନ୍ୟତମ ସ୍କୁଲ ନିର୍ଦ୍ଦେଶକ ସୁଧୀର ପଣ୍ଡା ଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା । ଶେଷରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।


