(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହପୁର ମୋ ନିୟୁଜ ଓଡିଶା : ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସାମାଜିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଜିଲ୍ଲା ପ୍ରଶାସନ, ଗଜପତି ତରଫରୁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ -୨,
ପାରଳାଖେମୁଣ୍ଡି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମ।ର ତ୍ରିପାଠୀ, ସୁରକ୍ଷା ଅଧିକାରୀଣି ଶ୍ରୀମଚି ଶାରଳ। ପ।ତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ମାନଙ୍କ ପାଇଁ କାର୍ଯ୍ୟକରୁଥିବା ସ୍ୱେଛା ସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯଥା ଶିଶୁ ଙ୍କୁ ଯତ୍ନ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନର କର୍ମକର୍ତ୍ତା ,ୱାନ୍ ଷ୍ଟପ କେନ୍ଦ୍ରର କର୍ମକର୍ତ୍ତା, ଶକ୍ତି ସଦନର କର୍ମକର୍ତ୍ତା , ଚାଇଲ୍ଡ ହେଲ୍ପ ଲାଇନ ର କର୍ମୀ , ବୃଦ୍ଧ। ଶ୍ରମର କର୍ମୀ, ଏକସନ ଏଡର ଜିଲ୍ଲା ସଂଯୋଜକ , ଅରୁଣ। ସ୍ବେଛାସେବୀ ଅନୁଷ୍ଠାନର ର ଜିଲ୍ଲା ପରାମର୍ଶଦାତା ଓ ସାତଗୋଟି ବ୍ଲକର ସମ୍ମନ୍ନିତ୍ଵ ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ପରିଚାଳିକ। ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପରେ ପରେ ସାଧନ ବ୍ୟକ୍ତି ଭାବରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା ମନୋବିଜ୍ଞାନୀ ପ୍ରଦୀପ କୁମାର ମହାପାତ୍ର, ସାମାଜିକ ଓ ମାନସିକ ସୁସ୍ଥତା ସାମାଜିକ କର୍ମୀ ପ୍ରାଣରଞ୍ଜନ ନାୟକ ଓ ପ୍ରତ୍ୟୁଷ ପଣ୍ଡା (JAMAS SCRAF INDIA) ଉପସ୍ଥିତ ଅଂଶଗ୍ରହଣ କାରୀଙ୍କୁ ବିଭିନ୍ନ ସମୟରେ ବିପଦ ସଙ୍କୁଳ ଅବସ୍ଥାରୁ ଉଦ୍ଧାର ହେଉଥିବା ଶିଶୁ ଏବଂ ମହିଳା ମାନଙ୍କର ମାନସିକ ଚାପ କୁ କିପରି ହ୍ରାସ କରାଯିବ ଏବଂ ପରବର୍ତ୍ତି ମୂହୁର୍ତ୍ତରେ କିପରି ସେମାନେ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇପାରିବେ ସେଥିପାଇଁ କାର୍ଯ୍ୟରତ ଥିବା ଅନୁଷ୍ଠାନ ମାନଙ୍କର ଦାୟିତ୍ବ ଏବଂ ଭୂମିକା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ମାନସିକ ଚାପ ଯୋଗୁଁ ଉପୁଜୁଥିବା ବ୍ୟକ୍ତିଗତ, ସାମାଜିକ ଓ ଆର୍ଥିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରକାର ସମସ୍ୟା ବେଳେ ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଥିବା ମନୋବିଜ୍ଞାନୀ କି ପ୍ରକାର ସେବା ଯୋଗାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ପରିଚାଳନା କରିଥିଲେ।