ତୁଳସୀ ପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଅପରିସୀମ ଆନନ୍ଦ, ଉଲ୍ଲାସ ଏବଂ ଉଦ୍ଦୀପନା ସହିତ ଭଞ୍ଜନଗର ନିକଟସ୍ଥ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ଆଜି ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଶୈଶ୍ୱର ସେହି ନିବିଡ଼ ଆତ୍ମିୟତା, ଭାବର ଗଭୀରତା ତଥା କାର୍ପଣ୍ୟ ବିହୀନ ସ୍ପନ୍ଦନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପ୍ରତି ଭଲ ପାଇବା ବାରି ହୋଇ ପଡ଼ୁଥିଲା ସେମାନଙ୍କ ଛଳଛଳ ପ୍ରସନ୍ନ ମୁଖମଣ୍ଡଳରୁ। ବିଦ୍ୟାଳୟ ଯେମିତି ସେମାନଙ୍କ ପ୍ରାଣକେନ୍ଦ୍ର ଆଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଏକମାତ୍ର ରାହା। ଅବଶ୍ୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ପୁରସ୍କୃତ ହେବା ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତେବେ ସର୍ବୋପରି ସବୁ ପିଲାମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ସବକୁ ସଫଳ କରିବା ପାଇଁଁ ନିମଗ୍ନ ରହିବା ପିଲାଙ୍କ ବ୍ୟସ୍ତତା ଭିତରୁ ବାରି ହୋଇ ପଡ଼ୁଥିଲା। ନୃତ୍ୟ ଗୀତ ର ତାଳେତାଳେ ନାଚି ଉଠୁଥିଲା ସେମାନଙ୍କ ପାଦ। ଅଭିନୟ ଦ୍ୱାରା ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାପାଇଁ ପ୍ରୟାସ କରୁଥିଲେ ପିଲାମାନେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାହିତ୍ୟିକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସମାଜସେବୀ ସୁନୀଲ ରଞ୍ଜନ ପଣ୍ଡା। ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଶୈଖିକ ବାର୍ତ୍ତା ଦେଇ ଅନୁଶାସନ ମଧ୍ୟରେ ରହି ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଉପଦେଶ ଦେଇଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭବେ ଯୋଗଦେଇ ମହାପୁରୁଷଙ୍କ ଜୀବନୀ ସମ୍ପର୍କିତ ତଥା ବୈଜ୍ଞାନିକ ମାନଙ୍କ ଉଦ୍ଭାବନ ଏବଂ ସେମାନଙ୍କ ଜୀବନର ଅପାଶୋରା ଘଟଣାର ଉଦାହରଣ ଦେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସିଆରସିସି ଅନୁପମା ସାହୁ, ଶିବରାମ ପାଢ଼ୀ ଏବଂ ଅଶ୍ୱିନୀ କୁମାର ମଲ୍ଲିକ ମଞ୍ଚାସୀନ ଥିଲାବେଳେ କାର୍ଯକ୍ରମର ସଂଯୋଜନା କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତେଜସ୍ମିତା ଶତପଥୀ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post