ବୁଗୁଡ଼ା ବିରଞ୍ଚି ନାରାୟଣ ଙ୍କ ତିଳ ସପ୍ତମୀ ରେ ରଥ ଯାତ୍ରା ଅନୁଷ୍ଠିତ

 


(ମୋ ନ୍ୟୁୁଜ ଓଡ଼ିଶା)

ବୁଗୁଡ଼ା,୫/୦୨(ସୋରେନ କୁମାର ପ୍ରଧାନ):ସ୍ଥାନୀୟ ଶ୍ରୀ ବିରଞ୍ଚି  ନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି  । ଆଜି ପ୍ରତ୍ଯୁଷରୁ ମଙ୍ଗଳ ଆଳତି ଏବଂ ଅବକାଶ ନୀତି ପରେ ଠାକୁରଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ତତ୍ତ୍ବାବଧାନରେ ଚିନ୍ମୟ ଦାଶ ,ବୈଷ୍ଣବ ଚରଣ ଦାଶ, ଶ୍ରୀକାନ୍ତ ମିଶ୍ର ଓ ସୁବାସ ଦାଶ  ପ୍ରମୁଖ ରଥ ପ୍ରତିଷ୍ଠା ସହ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ  । ହୟଶୀର୍ଷ ସୌରଖଣ୍ଡ ବିଧି ଅନୁସାରେ ଏହି ପ୍ରତିଷ୍ଠା ସହ ହୋମ କାର୍ଯ୍ୟ ହୋଇଥିଲେ । କର୍ତ୍ତା ରୂପେ ମଠାଧୀଶ ଭକ୍ତରାମ ଦାସ ଯୋଗ ଦେଇଥିଲେ । ସନ୍ଧ୍ୟା ଆଳତି ପରେ ମନ୍ଦିର ପରିସରରେ ଥିବା ଶ୍ରୀ ବିରଞ୍ଚି ନାରାୟଣଙ୍କ ଚଳନ୍ତି ବିଗ୍ରହକୁ ରଥରେ ବିଜେ କରାଯାଇଥିଲା । ଘଣ୍ଟ ଓ ମୃଦଙ୍ଗ ସାଙ୍ଗକୁ ଆତସବାଜିର ଧ୍ବନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ସେଠାରେ ଶ୍ରୀ ବିଗ୍ରହକୁ ଭୋଗ ଓ ଆଳତି ଅର୍ପଣ କରାଯିବା ପରେ ପୁଣି ସ୍ବସ୍ଥାନକୁ ଅଣାଯାଇଥିଲା । ପୂଜକ ଉମାକାନ୍ତ ଦାଶ ଓ ବଳରାମ ପାଢୀ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଉକ୍ତ ରଥଯାତ୍ରାରେ ବହୁ ଲୋକଙ୍କ ସମାବେଶ ହୋଇଥିଲା ।

Post a Comment

Previous Post Next Post