କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଯୋଜନାର ଖସଡ଼ା ପ୍ରସ୍ତୁତ।

 


ପଂଚାୟତ କୁ ଆସୁଥିବା କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଯୋଜନାର ଖସଡ଼ା ପ୍ରସ୍ତୁତ ପାଇଁ ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ଗ୍ରାମକୁ ଫୋକସ କରାଯିବା, ଲୋକଙ୍କ ଜୀବୀକା ପ୍ରତି ଧ୍ୟାନ ଦେବା, ସାମାଜିକ ସୁରକ୍ଷା, ମହିଳା ଓ ଭିନ୍ନ କ୍ଷମଙ୍କ, ଶିକ୍ଷା, ପଂଚାୟତ ର ରାଜସ୍ବ ଆଦାୟକୁ ଦୃଷ୍ଟି ରେ ରଖି କାର୍ଯ୍ୟ କରିବା,ଅନଲାଇନରେ କିପରି ଗ୍ରାମ ପଂଚାୟତ ଡେଭଲାପମେଣ୍ଟ ପ୍ଲାନ  ପ୍ରସ୍ତୁତ କରାଯିବ ଓ ଏହି ପ୍ଲାନ କିପରି କାର୍ଯ୍ୟକାରୀ କରାଯିବ ଏବଂ ପରିଶେଷରେ କାର୍ଯ୍ୟର ପେମେଣ୍ଟ କିପରି କରାଯିବ, ଗ୍ରାମସ୍ୱରାଜ ଓ ପଂଚାୟତ ସଭା ଅନ ଲାଇନ ରେ କିପରି କରାଜୀବ  ସେଥିପାଇଁ ଶୁକ୍ରବାର ଦିନ ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଅପରାହ୍ନ 5 ଘଣ୍ଟ ସମୟରେ ସେସ ହୋଇଛି । ଏଥିରେ ଏବିଡ଼ିଓ ନିରଞ୍ଜନ ବେହେରା,ବ୍ଲକ ଫାଇନାନ୍ସ ଅଫିସର ଏମ ଡି ଆଝାରୁଧୀନ, ଵି ଏସ ଏସ ଓ ଦୁର୍ଗା ପ୍ରସାଦ ପଣ୍ଡା, ସି ପି ସୁନୀଲ କୁମାର ପଟ୍ଟନାୟକ ଉପସ୍ଥିତ ରହି ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ସମସ୍ତ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର, ଵି ଏଫ ଟି ମାନେ ଉପସ୍ଥିତ ରହିଥିଲେ ।


Post a Comment

Previous Post Next Post