କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

 


ଫିରିଙ୍ଗିଆ:୦୧/୦୩/୨୦୨୫

କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ  ମୋ ନିୟୁଜ ଓଡ଼ିଶା 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ପାଦେରୀପଡା କ୍ଲଷ୍ଟର ଅଧୀନରେ ଥିବା ସାରୁମାହା ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରଧାନ ଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଦୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l  କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ ଏହି ସଭାର ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶିବାଜୀ କହଁର ଏବଂ ପାଦେରୀପଡା କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦିଗାଲ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ l ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନ ୨୦୦୨ ମସିହା ଠାରୁ ୨୦୨୫ ପର୍ଯ୍ୟନ୍ତ ଗଣଶିକ୍ଷକ ରୂପେ ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟରତ ଥିଲେ l ସେ ଜଣେ ଶାନ୍ତ, ସରଳ, ନିଷ୍କପଟ ତଥା ଛାତ୍ର ବତ୍ସଳ ଶିକ୍ଷକ ଥିଲେ l କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ୱାରା ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ପାଦେରୀପଡା ବିଦ୍ୟାଳୟ ର ପ୍ରଧନ ଶିକ୍ଷକ  ଶ୍ରୀ ସୁନୀଲ କୁମାର ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ I

Post a Comment

Previous Post Next Post