ପ୍ଲେ ଟ୍ରିନଟି ମଣ୍ଟେଶ୍ୱରି ସ୍କୁଲ୍ କ୍ରୀଡ଼ା ଉତ୍ସବ ଉଦଯାପିତ

                                 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା :  ସ୍ଥାନୀୟ ଗାନ୍ଧୀ ନଗର୍ ୭ମ ଲାଇନ ସ୍ଥିତ ପ୍ଲେ ଟ୍ରିନିଟି ମଣ୍ଟେଶ୍ୱରି ସ୍କୁଲ ଖେଳ ପଡ଼ିଆରେ ସ୍କୁଲ ତରଫରୁ ମୀନାକ୍ଷୀ ନଗର୍ ସେଣ୍ଟ ଜାଭିୟର୍ସ ସ୍କୁଲ ର ସହଯୋଗରେ  ଶିଶୁ ମାନଙ୍କୁ କ୍ରୀଡା ପ୍ରତି ରୁଚି ଓ ଆଗ୍ରହ ପ୍ରକାଶ କରିବା ଲକ୍ଷ ନେଇ ଦୁଇ ଦିନ ଧରି ଆୟୋଜିତ ଶିଶୁ କ୍ରୀଡ଼ା ଉତ୍ସବ ଉଦ୍ ଯାପିତ ହୋଇଯାଇଛି । ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଫିଜିକଲ୍ ଏକାଡେମୀ ର ମୁଖ୍ୟ ସିମାଞ୍ଚଳ ବାରିକ ଯୋଗ ଦେଇ କ୍ରୀଡା ଉତ୍ସବ ର ଶୁଭାରମ୍ଭ କରିବା ସହ କ୍ରୀଡା ର ଆବଶ୍ୟକତା ନେଇ ନିଜର ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଏସ.ଖାଲିଲ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷୟତ୍ରୀ ମିନୁଶ୍ରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୀନାକ୍ଷୀ ନଗର ସ୍କୁଲ ଅଧକ୍ଷ କାହୁଁ ଚରଣ ପଣ୍ଡା, ଚେୟାରମେନ ଡ୍ ଗୋରୀ ଶଙ୍କର ପଣ୍ଡା, ସହ ନିର୍ଦ୍ଦେଶକ ଇ. କୁନାଲ କୌଶିକ ପଣ୍ଡା, ଇ.ରାହୁଲ୍ ରାଜ୍ ପଣ୍ଡା, ପରିଚାଳିକା ଯେ.ବିମଳା, ଆମ୍ବପୁଆ ସ୍କୁଲ ଅଧ୍ୟକ୍ଷା ଉଷାରାଣୀ ପଟ୍ଟନାୟକ, ଜୋନାଲ ଏକାଡେମି ଅଫିସର୍ ବିନାୟକ ସାହୁ, ପ୍ରଧାନ ଆଚାର୍ଯ୍ୟ ସ୍ଵର୍ଣ୍ଣ ପ୍ରଭା ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ଦୌଡ, ଚକୋଲେଟ ଦୌଡ, ବୁକ୍ ବାଲାନ୍ସ ଦୌଡ,ଉଚ୍ଚ ଡିଆଁ, ବେଙ୍ଗ ଡିଆଁ, ଲେମ୍ବୁ ଚାମଚ, ସାଇକଲ ଦୌଡ, ଆଦୀ ବହୁ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା  ।ଉଦଯାପନୀ ଦିବସରେ ଶନିବାର ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରୋତୋଳନକାରି କେ. ରବି କୁମାର  ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଗୀତାଞ୍ଜଳି ପଣ୍ଡା ଓ ସମାଜସେବୀ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇ କୃତି ପ୍ରତି ଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସ୍କୁଲ୍ ର ସମସ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ ।

Post a Comment

Previous Post Next Post