ଗଞ୍ଜାମ କଳାପରିଷଦରେ ଶିଶୁ ପବ୍ଲିକ ସ୍କୁଲର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ଗଞ୍ଜାମ କଳାପରିଷଦରେ ଶିଶୁ ପବ୍ଲିକ ସ୍କୁଲର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଇଂଜିନିୟର ସଞ୍ଜୟ କୁମାର ମହାରଣା ଯୋଗଦାନ କରି ଶିଶୁ ଙ୍କ ଉତ୍ତମ ଚରିତ୍ର ଗଠନ ବିଷୟ ରେ ମାର୍ଗଦର୍ଶନ କରିଥିଲେ।ମୁଖ୍ୟବକ୍ତା ରୂପେ ମାନନୀୟ ମନୋଜ କୁମାର ବେହେରା ଯୋଗଦାନ କରି ଶିଶୁଙ୍କ ଶିକ୍ଷାର ବିକାଶ ଲକ୍ଷ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ରୂପେ ମାନନୀୟ ରଶ୍ମିତା କୁମାରୀ ପାଣିଗ୍ରାହୀ , ଡକ୍ଟର ମିଲିମିତା ପାଢ଼ୀ ,ସନ୍ଧ୍ୟା ପଟ୍ଟନାୟକ, ରମାକାନ୍ତ ରଥ, ସୁବ୍ରତ ପଟନାୟକ,ଯୋଗ ଦାନ ଚରିତ୍ରିକ ବିକାଶ ଦିଗ ରେ ଗଭୀର ଆଲୋକପାତ କରିଥିଲେ।ବିଦ୍ୟାଳୟ ର ଅଧ୍ୟକ୍ଷା ସମଲେଇ  ମହାରଣା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପଠନ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ବିତରଣ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ସାମ୍ବାଦିକ ସୁଦିପ ସାହୁ  ଏବଂ ସାମ୍ବାଦିକ ଗୋପାଳ ରେଡଡି ଙ୍କୁ ଫଳକ ଓ ବୃକ୍ଷ ଦେଇ ସନମାନିତ  କରାଯାଇଥିଲା.

Post a Comment

Previous Post Next Post