ମାଉସୀ ମା ନୂତନମନ୍ଦିର ଓ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଉତ୍ସବ।

ମାଲକାନଗିରି ତା ୦୮/୦୨ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହାକୁମା ମାଉସୀ ମା (ଶ୍ରୀଗୁଣ୍ଡିଚା) ନୂତନମନ୍ଦିର ଓ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବର ସହ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ବର୍ଷ ଧରି ଦୁର୍ଗାଗୁଡ଼ି ସାହି ରେ ପୁରୁଣା ଘରେ ମାଉସୀ ମା ମନ୍ଦିର ଥିବା ବେଳେ ଗତ କିଛି ମାସ ହେଲା ନୂତନ ଭାବେ ମାଉସୀ ମା ମନ୍ଦିର ନିର୍ମାଣ ହୋଇସାରିଛି। ଉକ୍ତ ମନ୍ଦିର ପ୍ରତିଷ୍ଠା ହେବା ପରେ ପାର୍ଶ୍ଵ ଦେଵା ଦେବି ନବଗ୍ରହ ମୂର୍ତ୍ତି ଙ୍କୁ ଵିଧି ବଦ୍ଧ ଭାବେ ପୂଜା କରା ଯାଇ ଆଜି ରାତ୍ର ରେ ମନ୍ଦିରକୁ ପ୍ରବେଶ କରାଯାଇଛି। ଅଙ୍କୁରା ରୋପଣ ଓ ପୁଷ୍କରଣୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଶତାଧିକ ମହିଳା କଳସ ମୁଣ୍ଡାଇ ସହର ପରୀକ୍ରମା କରି ମାଉସୀ ମା ମନ୍ଦିର ପୂଜା ମଣ୍ଡପ ନିକଟରେ କଳସ ପ୍ରତିଷ୍ଠା କରିବା ପରେ ବ୍ରାହ୍ମଣଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗୋପୁଜା, ସ୍ୟାଲାପ୍ରବେଶ, ଅଗ୍ନିଶଂଯୋଗ, କଳସପୂଜା, ବସ୍ତୁପୂଜା, ହୋମ ଯଜ୍ଞ, ନବଗ୍ରହପୂଜା, ଶୋଡ଼ସସ୍ତମ୍ବ ପୂଜା,  ମହାପ୍ରଭୁ ସ୍ନାନ, ଦେବତାଙ୍କର ନ୍ୟାସ, ସନ୍ଧ୍ୟାରେ ଦେଵା ଦେବି ଙ୍କ ମନ୍ଦିର ପ୍ରବେଶ, ହୋମ ଯଜ୍ଞ ର ପୂର୍ଣ୍ଣାହୁତୀ ଆଦି ପୂଜା ଵିଧି ସମ୍ପନ୍ନ କରା ଯାଇଥିଲା। ଏହି ପୂଜା ରେ ତ୍ରିନାଥ ପାଢ଼ୀ ମୂଖ୍ୟ କର୍ତ୍ତା ଭାବେ ସଙ୍କଳ୍ପ କରିଥିବା ବେଳେ ମନ୍ଦିର ନିର୍ମାଣ କାରି ବିଶ୍ଵକର୍ମା ଶିଳ୍ପୀ କୂଳ ମଣି ମାଝୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଅନ୍ୟାନ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ସମସ୍ଥ ଭକ୍ତଙ୍କ ପାଇଁ ଭୋଗ ଓଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା କରା ଯାଇଥିଲା।

Post a Comment

Previous Post Next Post