୬୧ ତମ ଜିଲ୍ଲା ସ୍ତରୀୟ କ୍ରୀଡ଼ା ବ୍ରହ୍ମପୁର ଖଲ୍ଲିକୋଟ ଷ୍ଟାଡିୟମରେ ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ୍ ତରଫରୁ ୬୧ ତମ ଜିଲ୍ଲା ସ୍ତରୀୟ କ୍ରୀଡ଼ା ବ୍ରହ୍ମପୁର ଖଲ୍ଲିକୋଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଏସପି ଡ଼ା.ବିବେକ ଶ୍ରବଣ କୁମାର ପତକା ଦେଖାଇ ଖେଳ ଉଦଘାଟନ କରିଥିଲେ। ଆସିକା ନିରଞ୍ଜନ ମହିଳା କଲେଜ ର ୧୭ ଜଣ ଛାତ୍ରୀ ଯୋଗ ଦେଈଥିଲେ। ଆସିକା ନିରଞ୍ଜନ ମହିଳା କଲେଜ ର+୩ କଳାରେ ଅଧ୍ୟୟନ କରୁଥିବା ଛାତ୍ରୀ ରାଧା ରାଣୀ ସ୍ଵାଇଁ ୮୦୦ ମିଟର ଦୈାଡ ରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କିରଣ ପୃଷ୍ଟି+୩ କଳା ଶ୍ରେଣୀର  ଛାତ୍ରୀ ୧୦୦ ମିଟର ଦୈାଡ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସାଈ ପ୍ରିୟା ବାରିକ୍+୨ ପ୍ରଥମ କଳା ବିଭାଗର ଛାତ୍ରୀ ସୁପ୍ରିୟା ବାରିକ୍ ଡିସକସ ଥ୍ରୋ ରେ ଦ୍ଵିତୀୟ ସ୍ଥାନ ଅଧିକାର ଥିବାବେଳେ ଆଉ ଜଣେ ଆସିକା ନିରଞ୍ଜନ ମହିଳା କଲେଜ ର ପ୍ରତିଭା ଶାଳୀ ଖେଳାଳୀ ମାମାଲୀ ନାୟକ ହାଈ ଜମ୍ବ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସିକା ନିରଞ୍ଜନ ମହିଳା କଲେଜ ର ଗୈାରବ ବଡାଈବା ସହିତ ଆସିକା ପାଇଁ ଗୈାରବ ଅର୍ଜନ କରିଥିବାରୁ। ଆସିକା ବାସୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମସ୍ତ ଖେଳାଳୀ ମାନଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ଆସିକା ର ବୟୋଜ୍ୟେଷ୍ଠ କ୍ରୀଡା ପ୍ରେମୀ ଏମ୍.ତାରିଣୀ ସେନାପତି l

Post a Comment

Previous Post Next Post