ଗାଲେରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବାର୍ଷିକ ଉତ୍ସବ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଗାଲେରୀସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସଭାପତି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ମୁଖ୍ୟ ଅତିଥି ଭାବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଦଣ୍ଡପାଣି ମହାରଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଂଶିଧର ପାଢୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରଯାଇଥିଲା। ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟାନ୍ୟ ସାମ୍ମାନୀତ ଅତିଥି ରୂପେ ଗାଲେରୀ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୌଡ, ସମିତି ସଭ୍ୟା ଶ୍ରୀମତୀ ମାମାଜିନୀ ଗୌଡ, ସମାଜସେବୀ ଶ୍ରୀ ରବୀନ୍ଦ୍ର ଶତପଥୀ, ସ୍ଥାନୀୟ ଦଣ୍ଡପାଣି ମହରଥା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ଶ୍ରୀ ଦୁର୍ଗା ମାଧବ ଦାସ, ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ବି ମଧୁବାବୁ, ବ୍ରାହ୍ମଣପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଯୋଧ୍ୟା ନାଥ ସାହୁ, ଏସ.ଆର.ପି ଉଚ୍ଚ ବିଦ୍ୟାଳୟ ଦୋମୁହାଣିର ପ୍ରଧାନ ଶିକ୍ଷୟୀତ୍ରୀ ଶ୍ରୀମତୀ ଭାରତୀ କୁମାରୀ ପାତ୍ର, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତଳଜୀବିକାର ପ୍ରଧାନ ଶିକ୍ଷକ ଶ୍ରୀ କେଦାରନାଥ ସେଠୀ, ସ୍ୱାମୀ ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ତୁରୁମୁର ପ୍ରଧାନ ଶିକ୍ଷକ ଶ୍ରୀ କାହ୍ନୁଚରଣ ରଥ, ବ୍ରାହ୍ମଣପଦର କ୍ଳଷ୍ଟର ସି.ଆର.ସି.ସି ଶ୍ରୀ ବୈରାଗୀ ଗୌଡ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ସନ୍ଧ୍ୟରାଣୀ ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରଷ୍କାର ପ୍ରଦାନ କରଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟୀତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଅଭିଭାବକ ଓ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବାସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ଉତ୍ସବର ସମାପ୍ତି ଘୋଷଣା କରଯାଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତ

Post a Comment

Previous Post Next Post