ମାଲକାନଗିରି ତା ୨୦/୦୧ ମୋ ନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲାରେ ଆଜି ଶତାଧିକ ଚାଷୀ ପଦ୍ମଗିରି ଧାନ ମଣ୍ଡିରେ ଟାର୍ଗେଟ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ତେବେ ଚାଷୀଙ୍କୁ ଉପଯୁକ୍ତ ପରିମାଣର ଧାନ ବିକ୍ରୟ ପାଇଁ ଟୋକେନ ମିଳୁ ଥିଲେ ମଧ୍ୟ ଟାର୍ଗେଟ ସେଶ ହୋଇଯିବାରୁ ଚାଷୀ ଟାର୍ଗେଟ ବୃଦ୍ଧି ପାଇଁ ଦାବି କରିଛନ୍ତି। ଚାଷୀଙ୍କ ନିକଟରେ ଧାନ ଗଦା ହୋଇ ରହିଥିବା ବେଳେ ଅନେକ ଦିନ ଧରି ଚାଷୀ ଟୋକନ ପାଇଥିବା ସତ୍ବେ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି। ପ୍ରକୃତ ଚାଷୀ ଖରା ତରା ଓ ଶୀତ କାକରରେ ମଣ୍ଡିରେ ଧାନ ଜଗି ଜଗି ବିକ୍ରୟ କରି ନପରି ନୟାନ୍ତ ହୋଇ ପଡିଛନ୍ତି। ଅନ୍ୟପଟେ କିନ୍ତୁ ଦଲାଲଙ୍କ ସୁପାରିଶ କ୍ରମେ ପଛରେ ଟୋକନ ପାଇଥିବା ଚାଷୀଙ୍କ ଧାନ ଆଗ ଉଠୁଥିବା ଅଭିଯୋଗ ହୋଇଛି। ତେଣୁ ଟାର୍ଗେଟ ବୃଦ୍ଧି ନହେଲେ ଚାଷୀ ନାନା ସମସ୍ୟା ଭୋଗିବେ ଓ ନିଜ କଷ୍ଟ ଉପାର୍ଜିତ ଫସଲର ଉପଯୁକ୍ତ ମୂଲ୍ୟ ପାଇ ପାରିବେ ନାହି। ତେଣୁ ଟାର୍ଗେଟ ବୃଦ୍ଧି କରିଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଚାଷିକୁଳ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ତେବେ ସୂଚନା ଥାଉକି ଜିଲ୍ଲାର ଅଧିକାଂଶ ମଣ୍ଡିରେ କିଛି ନା କିଛି ସମସ୍ୟା ରହିଛି। ମଣ୍ଡି ଆରମ୍ଭରୁ ବାଟପାଲିଗୁଡା ଗ୍ରାମରେ ଥିବା ମଣ୍ଡିକୁ ପରିଚଳନାକୁ ନେଇ ବଡ ବିବାଦ ଦେଖା ଦେଇଥିବା ବେଳେ ମଣ୍ଡିରେ ଏକ ସ୍ୱୟଂ ସହାୟକ ଗୋଷ୍ଟି ତାଲା ପକାଇଥିଲେ। ଏହାସହ ଚାଷୀଙ୍କ ଠାରୁ ସରକାରୀ ନିୟମ ଅନୁଯାୟୀ ଧାନ କ୍ରୟ ହେଉ ନଥିବା ଓ ଦଲାଲ ରାଜ ଚାଲିଥିବା ଅଭିଯୋଗ ହୋଇଥିଲା। ସେହିପରି ମାଥିଲି ବ୍ଲକର ନାୟକଗୁଡାରେ ମଧ୍ୟ ଚାଷୀ ଟାର୍ଗେଟ ବୃଦ୍ଧି ଦାବିରେ ରାଜ ରସ୍ତ ଅବରୋଧ କରିଥିଲେ। ତେବେ ଏପରି କ୍ଷେତ୍ରରେ ମଣ୍ଡି ପରିଚାଳନାକୁ ନେଇ ରାଜ୍ୟ ସରକାର ଆହୁରି ଅଧିକ ତତ୍ପର ହେବାର ଆବଶ୍ୟକତା ରହିଥିବା ଚାଷୀକୁଳ ଦାବି କରିଛନ୍ତି। ଅନ୍ୟପଟେ ମଣ୍ଡିରେ ସେପରି କିଛି ସମସ୍ୟା ନଥିବା ସହ ସମସ୍ତ କାର୍ଯ୍ୟ ସୁରୁଖୁରରେ ଚାଲିଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।
Tags:
ଆଞ୍ଚଳିକ


