ବ୍ରହ୍ମପୁରରେ ତିନି ଦିନ ଧରି ଆୟୋଜିତ ହୋଇ ଆସୁଥିବା ବିବେକାନନ୍ଦ କଲଚ୍ୟୁରାଲ ଫେଷ୍ଟରେ ବିଦ୍ୟାର୍ଥୀ ପ୍ରତିଯୋଗୀ ଜୟଦୀପ ଆଚାର୍ଯ୍ୟଙ୍କୁ ପୁରସ୍କୃତ କରାଯାଇଥିଲା

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ସହରର ହରିଡାଖଣ୍ଡି ଠାରେ ବିବେକାନନ୍ଦ ସାଂସ୍କୃତିକ ମେଳା ଆୟୋଜିତ ହୋଇଯାଇଛି  । ଦୀର୍ଘ ବର୍ଷ ଧରି କ୍ରମାଗତ ଭାବରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ବାଣୀକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ବ୍ରହ୍ମପୁର ସହରରେ ଏଭଳି କାର୍ଯ୍ୟକ୍ରମ ଆଯୋଜିତ ହୋଇ ଆସୁଥିବା ବେଳେ ବିବେକାନନ୍ଦ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିମଗର ମେୟର ସଂଙ୍ଘମିତ୍ରା ଦଳେଇ , ଚିକିଟି ବିଧାୟକ ମନରଞ୍ଜନ ଦ୍ୟାନ ସମାନ୍ତରାୟ , ମହାନ ସଂଙ୍ଘର ସଭାପତି ସୁଶାନ୍ତ କୁମାର ସାବତ ,  ବ୍ରହ୍ମପୁରର ପ୍ରସିଦ୍ଧ କମେଡିଆନ୍ ଆନ୍ନା ମଧୁସୂଦନ ମିଶ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ରହିଥିଲେ  । କ୍ରମାଗତ ଭାବରେ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା  । କାର୍ଯ୍ୟକ୍ରମର ଆୟୋଜକ ସାହିତ୍ୟକ ତଥା ଶିକ୍ଷାବିତ୍ ମିହୀର  ତ୍ରିପାଠୀ ଙ୍କ ସଂଯୋଜନାରେ ଆୟୋଜିତ ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ  ସମାଜରେ ଦିଗ୍ ଦର୍ଶନ ଦେଇଆସୁଥିବା ଶିକ୍ଷକ ସମାଜ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ମଞ୍ଚରେ ସମ୍ୱର୍ଦ୍ଧିତ କରି ସେମାନେ ଯେପରି ବିଭିନ୍ନ କ୍ଷେତ୍ରରେ ଆହୁରୀ ଆଗକୁ ବଢିବେ ତାହାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେରଣା ଯୋଗାଇ ଦିଆଯାଉଥିବା କୁହାଯାଇଛି  ।   ଚଳିତବର୍ଷ  ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକ ସମେତ ବ୍ରହ୍ମପୁର ମହାନଗର ନିଗମର ପ୍ରାୟ ୪୦୦ ଶିକ୍ଷକଙ୍କ ସମେତ ବିଇଓ , ସି.ଆର୍.ସି.ସି ମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବାର ପ୍ରୟାଶ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି  । ଏଥିସହ ସମାଜରେ ସଦାସର୍ବଦା ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟକରି ଆସୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି  ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି  ।

Post a Comment

Previous Post Next Post