ଭର୍ଚୁଆଲ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁର ରୁ ୩ ଟି ବସ୍ ସେବାର ଶୁଭାରମ୍ଭ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ସେହିଭଳି ବ୍ରହ୍ମପୁର  ଓଏସ୍ଆରଟିସି ରୁ ୩ ଟି ବସ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ , ପତି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ , ଯୁବମୋର୍ଚ୍ଚା  ରାଜ୍ୟ ସମ୍ପାଦକ ତୁତୁନ , ପାତ୍ର ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟ ନନ୍ଦ ମହାରାଜ , ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ଉପସ୍ଥିତ ରହି ୩ ଟି ବସର୍ ଶୁଭାରମ୍ଭ କରିଛନ୍ତି ।


ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ ରୁ ପୁରୀ ,  ବ୍ରହ୍ମପୁର ରୁ ଭୁବନେଶ୍ଵର ଓ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଆଗାମୀ ଦିନରେ କୁମ୍ଭମେଳା ପାଇଁ ବ୍ରହ୍ମପୁର ରୁ ସିଧାସଳଖ ବସ୍ ସେବା ଯୋଗାଇଦେବା ପାଇଁ ସରକାର ଦୃଷ୍ଟିଗୋଚର କରିଛନ୍ତି ବୋଲି ଜଣାଇଛନ୍ତି । ରାଜ୍ୟ ସରକାର ବ୍ରହ୍ମପୁର ରୁ ସିଧାସଳଖ ଭାବେ  ତୀର୍ଥକ୍ଷେତ୍ର ପୁରୀ କୁ ବସ୍ ସେବା ଯୋଗେଇଥିବାରୁ ରାଜ୍ୟ ସରକାର ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କୁ ଗଞ୍ଜାମ ବିଜେପି ତରଫରୁ ଧନ୍ୟବାଦ  ଜଣାଇଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶରତ ପଟ୍ଟନାୟକ , ଏସ ରାଣୀ , କୁଞ୍ଜ ପଣ୍ଡା , ମନୋଜକାନ୍ତ ପଣ୍ଡା , ଶିବ ଶତପଥୀ , ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବି ରବି ରାଓ ଜିଲ୍ଲା ସମ୍ପାଦକ କିଶୋର ସାହୁ ଓ ଆମର ସାହୁ , ଶକ୍ତି ପଟ୍ଟନାୟକ, ଅଖିଲ ବେହେରା , ସିରିଡ଼ି ବିକ୍ରମ, ଦେବୁନ ପଟ୍ଟନାୟକ , ଲିପୂନ ପଟ୍ଟନାୟକ , ମନୋଜ ମହାରଣା , ସୁମିତ ପାତ୍ର , କୃଷ୍ଣ ପୋଲାଇ, ମନୋଜ ପାଣିଗ୍ରାହୀ , ଜଗନ୍ନାଥ ମହାପାତ୍ର , ଶୁଭମ୍ ବିଷୋୟୀ , ଅଜୟ ଦାସ,ସୁମନ୍ତ ରାଉତ, ମଣ୍ଟୁ ଦାସ , ପ୍ରଦୀପ ସାହୁ , ସୁଧୀର ପାଳ ଓ ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Post a Comment

Previous Post Next Post