ସାପ କାମୁଡାର ଚିକିତ୍ସା ଓ ପ୍ରତିକାରକୁ ନେଇ କର୍ମଶାଳା

 


ମାଲକାନଗିରି, ୩।୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡାର ଚିକିତ୍ସା ଓ ପ୍ରତିକାରକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସିଏଚ.ଏମ ଜଗନ୍ନାଥ ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସିଏଚସି ଓ ପିଏଚସି ଏବଂ ମୁଖ୍ୟ ଚିକିତ୍ସାଳୟର ୧୦୦ରୁ ଊର୍ଦ୍ଧ୍ଵ ଡାକ୍ତର ମାନେ ଯୋଗ ଦେଇଥିଲେ। ଏଥିରେ ପ୍ରଶିକ୍ଷକ ଭାବେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଭାରତରେ ୪୦ହଜାରରୁ ଊର୍ଦ୍ଧ୍ଵ ଲୋକେ ସାପ କାମୁଡାର ଶିକାର ହେଉଛନ୍ତି ବୋଲି ପ୍ରକାଶ କରିଥିଲେ। ବିଶେଷ କରି ମାଲକାନଗିରି ଭଳି ବଣ ଜଙ୍ଗଲ ଅଞ୍ଚଳରେ ଆଦିବାସୀ ବ୍ୟକତି ମାନେ ସର୍ପ ଦଂସନର ଶିକାର ହେଉଛନ୍ତି। ତେବେ ପରିବେଶ ସାଫ ନଥିବା ସହ ଆବର୍ଜନା ମଯ ସ୍ଥାନରେ ସାପ ଜଙ୍ଗଲରୁ ଆସି ଲୁଚି ରହିଥାନ୍ତି। ଏବଂ ଜଙ୍ଗଲରୁ ଲୋକେ କିଛି ସାମଗ୍ରୀ ସଂଗ୍ରହ ବେଳେ ସମାନେ ସାପ କାମୁଡାର ଶିକାର ହୋଇଥାନ୍ତି। ତେବେ ସାପ କାମୁଡିବା ମାତ୍ରେ ପୂର୍ବରୁ ସାପ ବିଷକୁ ଶୋଷୀକୁ ବାହାର କରିବା କିମ୍ବା ଉକ୍ତ ସ୍ଥାନକୁ ବାନ୍ଧିବା ଭଳି ପ୍ରୟାଷ ନକରି ସାପ କାମୁଡାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। ସେହିପରି ସାପ କାମୁଡିବା ମାତ୍ରେ କୌଣସି ପ୍ରକାରର ସାଧାରଣ ଉପଚାର କିମ୍ବା ଚେର ମୂଳି ଓ ଦେଶୀ ଉପଚାର କିମ୍ବା ଗୁଣି ଗାରେଡିର ସାହାର ନନେଇ ତୁରନ୍ତ ଚିକିତ୍ସାଳୟକୁ ନେବାକୁ ଗୁରୁତ୍ଵ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସିଏଚ.ଏମ ଜଗନ୍ନାଥ ରାଓ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଚିକିତ୍ସାଳୟର ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ବ୍ରଜ ବନ୍ଧୁ ଦାସ, ଡ.ଏମ.ଏମ ଅବିଦ ହୁସେନ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ କବିତା ସ୍ଵାଇଁ, ଡ. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post