ରାମଗିରିରେ ନୂତନ ବ୍ଳକ ନେଇ ୨ୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ : ୧୧ଟି ପଞ୍ଚାୟତ ଜନସାଧାରଣ ହେଲେ ଏକତ୍ରିତ


ଆର,ଉଦୟଗିରି ମୋ ନ୍ୟୁଜ ଓଡ଼ଶା (ମନୋଜ କୁମାର ପାଢୀ)- ଗତ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ନୂତନ ବ୍ଳକ ଗଠନ ସୁଯୋଗ କଥା ଶୁଣିବା ଦିନ ଠାରୁ ପ୍ରତି ବ୍ଳକରେ ଗୁଡିକରେ ଚଳଚଞ୍ଚଳ ହୋଇ ବିଭିନ୍ନ ବ୍ଳକର ସ୍ଥାନ ସ୍ଥାନ ବୈଠକ କରି ଆଲୋଚନା କରାଯାଉଛି । କିଛି ତଳେ ମୋହନା ବ୍ଳକର ଚନ୍ଦ୍ରଗିରି ଠାରେ ନୂତନ ବ୍ଳକ କରିବା ନିମନ୍ତେ ଚନ୍ଦ୍ରଗିରି ବୈଠକ ଆଲୋଚନା ହୋଇଥିଲା । ସେହି ପରିପେକ୍ଷୀରେ ରା,ଉଦୟଗିରି ବ୍ଳକରୁ ପୃଥକ ହୋଇ ରାମଗିରି ବ୍ଳକ ଗଠନ ଲାଗି ଗତ ଜାନୁୟାରୀ ୧୨ ତାରିଖରେ ଅଞ୍ଚଳର ୧୧ ଗୋଟି ପଞ୍ଚାୟତର ପ୍ରାୟ ୧୫୦ ଲୋକଙ୍କୁ ନେଇ ଗୋଟିଏ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏ ଖବର ପ୍ରସାରିତ ହେବାପରେ ଅଞ୍ଚଳରୁ ବିଶାଳ ସଂଖ୍ୟାରେ ଜନ ସାଧାରଣ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ପୂର୍ବ ବୈଠକରେ ନିର୍ବାଚନ କମିଟି ଦ୍ବାରା ଏକ ଜନସଭା ଆୟୋଜିତ ହୋଇଥିଲା । ଯେଉଁଥିରେ ଅଞ୍ଚଳରୁ ସମସ୍ତ ବୃଦ୍ଧିଜୀବୀ ମାନଙ୍କ ସମର୍ଥନ ସହଯୋଗ ଲାଗି ପ୍ରତିବଦ୍ଧ ଥିବା ପ୍ରକାଶ କରିଥିଲେ । ୧୧ ଗୋଟି ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ, ବ୍ଳକ ଅଧ୍ୟକ୍ଷ ଓ ଓ୍ବାଡ ସଭ୍ୟ ମାନଙ୍କର ମଧ୍ୟ ମତାମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଉଦ୍ଧ ଜନସାଧାରଣଙ୍କ ଉପସ୍ଥିତ ଥିଲେ । ଏହି ବୈଠକକୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହୁଥିବା ଦେବାକୁ ମିଳିଛି ।

Post a Comment

Previous Post Next Post