ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ତରଫରୁ ନୂତନ ବର୍ଷର କବିତା ଆସର ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଦ୍ୱାରିକା ନଗର ସ୍ଥିତ ବିବେକାନନ୍ଦ ଖେଳପଡିଆ ଠାରେ ଅନୁଷ୍ଠିତ ବିବେକାନନ୍ଦ ସଂସ୍କୃତି ମେଳାରେ ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ତରଫରୁ " କବିତାରେ କବିତାରେ ନୂଆବର୍ଷ " ନୂତନ ବର୍ଷର କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ  କବି ପ୍ରଫୁଲ୍ଲ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଡ଼ କୁଳମଣି ଓଝା,ମୁଖ୍ୟବକ୍ତା ଭାବେ ଇଂ ଯାମିନୀକାନ୍ତ ଦାଶ, ସମ୍ମାନିତ ଅତିଥିଭାବେ ବିଶିଷ୍ଟକବି ସୁଶାନ୍ତ ଦାଶ,ଡ଼ ସନ୍ତୋଷ ଦାଶ ସୁଶ୍ରୀ ସୁଚେତା ପାଣିଗ୍ରାହୀ, ରତ୍ନାକର ଶିୟ ପ୍ରଭୃତି ମଞ୍ଚାସିନ ଥିଲେ l ସେହିପରି ପୂର୍ବ ଅଧିବେଶନରେ ସୁଶ୍ରୀ ସୁରେଶୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଶିଶୁସାହିତ୍ୟିକ ନିରଞ୍ଜନ ତ୍ରିପାଠୀ, ବିଶିଷ୍ଟକବି ନୀଳକଣ୍ଠ ସାହୁ, ବଂଶୀଧର ସେଠୀ, ଇଂ ବିଜୟ ମିଶ୍ର, ପଦ୍ମିନୀ ମିଶ୍ର, ବିଷ୍ଣୁ ପ୍ରସାଦ ତ୍ରିପାଠୀ, କିରଣବାଳା ମିଶ୍ର, ମିହିର ତ୍ରିପାଠୀ ପ୍ରଭୃତି ଅତିଥିଭାବେ ଯୋଗଦାନ କରିଥିଲେ l ଚାଳିଶିରୁ ଉର୍ଦ୍ଧ କବି କାବୟିତ୍ରୀ କବିତା ପାଠ କରିଥିଲେ l ସମ୍ପାଦିକା ସୁଧାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବନ୍ଦନା ମହାପାତ୍ର, ଶ୍ରୀମତୀ ବିରଜା ତ୍ରିପାଠୀ, ଶ୍ରୀମତୀ ଭବାନୀ ତ୍ରିପାଠୀ, ଇଶlନୀ ମିଶ୍ର , ମିହିର ତ୍ରିପାଠୀ, କାର୍ତ୍ତିକ ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Post a Comment

Previous Post Next Post