(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ସ୍ଥିତ ବିବେକବିହାର ପଡ଼ିଆ ଠାରେ ବୈଦିକ ବିଶ୍ଵଶାନ୍ତି ସମିତି ଦ୍ୱାରା ଓଡ଼ିଶାରେ ପ୍ରଥମ ଥର ପାଇଁ ନବକୁଣ୍ଡିୟ ରୁଦ୍ରଚଣ୍ଡୀ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବାଗେଶ୍ୱର ଧାମ ର ପୂଜ୍ୟ ଗୁରୁଦେବ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ଜି ଙ୍କର କଥା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ଏଥିପାଇଁ ଆଜି ସକାଳ 9.00 ଟା ରୁ ବ୍ରହ୍ମପୁର ବିବେକ ବିହାର ଖେଳପଡିଆ ସ୍ଥିତ ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ ହୋଇ ଆମ୍ବପୁଆ ସ୍ଥିତ ମାଁ ଦଣ୍ଡକାଳୀ ମନ୍ଦିର ପର୍ଯ୍ୟନ୍ତ ଜଳଯାତ୍ରା ପାଇଁ ହଜାର ହଜାର ଭକ୍ତ,କର୍ତ୍ତା-କତ୍ରି,କମିଟି ସଦସ୍ୟଙ୍କ ଙ୍କ ସମାଗମ ହୋଇଥିଲା l ଏହି ସମାରୋହ ରେ ଘଣ୍ଟ ତାଳ,ବାଜା ପଟୁଆର ସହ ଓଡ଼ିଶାର ବିଭିନ୍ନ କଳସଂକୃତି କୁ ନେଇ ବିରାଟ ଆଧ୍ୟାତ୍ମିକ ଶୋଭାଯାତ୍ରା ହୋଇଥିଲା । ଏଥିରେ ସମସ୍ତ ସହଯୋଗୀ,ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବହୁ ଶାନ୍ତିଶୃଙ୍ଖଳା ରେ ନିୟନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସହରର ହଜାର ହଜାର ଭକ୍ତ,ସମ୍ରାଟ ମହାବିଦ୍ୟାଳୟର କର୍ମଚାରୀ, ଛାତ୍ର, ଛାତ୍ରୀ, ଛତ୍ରପୁର ନିକଟବର୍ତ୍ତୀ ମାଁ ରାମଚଣ୍ଡୀ ଶକ୍ତିପିଠର ପୂଜା କମିଟି ର ସଦଶ୍ୟ ମାନେ ସ୍ବେଛାକୃତ ଭାବେ ସେବା ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆସନ୍ତା କାଲି ଠାରୁ ପଣ୍ଡିତ ରାମଶଙ୍କର ଶତପଥୀ ଙ୍କ ନେତୃତ୍ୱ ରେ ତିରୁପତି ବେଦ ବିଶ୍ୱବିଦ୍ୟାଳୟ ଓ ଓଡିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବୈଦିକ ପଣ୍ଡିତ ମାନଙ୍କ ଦ୍ୱାରା ସତ ଚଣ୍ଡୀ ପରାୟଣ ଅନୁଷ୍ଠିତ ହେବ l ଏହି ଯଜ୍ଞ ର ପୂର୍ଣ୍ଣାହୁତି ଆସନ୍ତା 14.01.2025 ମକରସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ବାଗେଶ୍ୱର ଧାମ ର ପୂଜ୍ୟ ଗୁରୁଦେବ ଶ୍ରୀ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏକ ବିଶାଳ ହନୁମନ୍ତ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଆଶୀର୍ବଚନ ଦେବାର ବ୍ୟବସ୍ଥା ରହିଛି l


