ଆର,ଉଦୟଗିରି ମୋ ନ୍ୟୁଜ ଓଡ଼ଶା (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚିଟିଙ୍ଗ ଘାଟିରେ ଗତ ତା ୧୧.୧୨.୨୦୨୪ ରିଖ ଦିନ ଏକ ପିକାଅପ୍ ଭ୍ୟାନ ଓଲଟିବାରୁ ସମୁଦାୟ ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣଙ୍କୁ ସମୁଦାୟ ୨୭ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହି ରାଶି ପ୍ରଦାନ ପାଇଁ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ଏହି ନେଇ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାସ ସୁଚନା ଦେଇଛନ୍ତି ।
Tags:
ଆଞ୍ଚଳିକ


