ବ୍ରହ୍ମପୁରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା :  ଗଂଜାମ ଜିଲ୍ଲା ଗସ୍ତ କରିଥିଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ । ଆଜି ଅପରାହ୍ନରେ ବ୍ରହ୍ମପୁର ରେଳଷ୍ଟେସନ ରୋଡ ସ୍ଥିତ ସ୍ଵତନ୍ତ୍ର ସର୍କିଟ ହାଉସ୍ ରେ ପହଞ୍ଚିବା ପରେ ମୁଖ୍ୟ ଵିଚାରପତି ଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ସଂଧ୍ୟାରେ ସେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ କୋର୍ଟ ରେ ପହଂଚି ଥିଲେ। ଏହି ଅବସରରେ ଜିଲ୍ଲା ଜଜ୍  ରୂପଶ୍ରୀ ଚୌଧୁରୀ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପରିଦର୍ଶନ କରିବା ସହିତ ପୁରାତନ ଜିଏମଏଫସି କୋର୍ଟ କୋଠା ସ୍ଥାନରେ ପ୍ରସ୍ତାବିତ ନୂତନ କୋଠାର ନକସା ଦେଖିଥିଲେ। କୋର୍ଟ ପରିସରରେ ଗଂଜାମ ଜିଲ୍ଲା ଓକିଲ ସଂଘ ସଭାପତି ନୟନ ଚନ୍ଦ୍ର ମହାପାତ୍ର ଙ୍କ ସମେତ, ଦିଗପହଣ୍ଡି, ଛତ୍ରପୁର, ପାତ୍ରପୁର,ସାନଖେମୁଣ୍ଡି,ହିଞ୍ଜିଳି ପ୍ରଭୃତି ଅଞ୍ଚଳର ଓକିଲ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ। ମୁଖ୍ୟ ବିଚାରପତି ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପରିଦର୍ଶନ ପରେ ମାଁ ତାରାତାରିଣୀ ଙ୍କ ଦର୍ଶନ କରି କଟକ ଫେରି ଯାଇଛନ୍ତି।  ଏହି ଅବସରରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଂଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ,ବ୍ରହ୍ମପୁର ଏସପି ଡଃ ସର୍ବନା ବିବେକ ଏମ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Post a Comment

Previous Post Next Post