ଡ୍ରେନ୍ ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରୋଡ ନିକଟରେ ଥିବା ଏକ ନାଳରୁ ଗୁରୁବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।  ପୋଲିସର ଘଟଣାର ଛାନ୍‌ଭିନ୍‌ କରୁଥିବା ଜଣାପଡିଛି। ନୂଆ ବସଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପ ନିକଟରେ ଥିବା ଡ୍ରେନରୁ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସ୍ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବୈଦ୍ୟନାଥପୁର ଥାନା ପୋଲିସ ପହଂଚି  ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଡମେଡିକାଲକୁ ପଠାଯାଇଥିବା ଜଣାପଡିଛି।  ଖବର ଲେଖା ହେବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନି । ସେ ଡ୍ରେନ ଭିତରକୁ କେମିତି ଆସିଲେ ? ସେ ଆତ୍ମହତ୍ୟା କରିଛନ୍ତି  ନା ତାଙ୍କୁ କେହି ମାରି ଏଠାରେ ଫିଙ୍ଗିଦେଇଛି ? ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ଅଜଣା ବ୍ୟକ୍ତି ଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିନଥିବା ପୋଲିସ କହିଛି। ପୋଲିସ ଏକ ଅପମୃତ୍ୟ ମାମଲା ୧୫/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Post a Comment

Previous Post Next Post