(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ରାଜନିତିର ଏନ୍ତୁଡ଼ିଶାଳ ଭାବେ ବେଶ୍ ପରିଚିତ। ଆସିକା ନିର୍ବାଚନ ମଣ୍ଡଳୀ କୁ ବିଜେଡି ଶଙ୍ଖର ଗଡ କୁହାଯାଉଥିବା ନିର୍ବାଚନ ମଣ୍ଡଳୀ କୁ ବିଜେପି ବିଧାୟକ ସରୋଜ କୁମାର ପାଢୀ ୨୦୨୪ ରେ ନିର୍ବାଚିତ ହବାପର ଠାରୁ ଧିରେ ଧିରେ। ଆସିକା ବିଜେଡି ଗଡ଼ ଶଙ୍ଖ ଖଣ୍ଡ ଖଣ୍ଡ କରି ୧୭ ଜଣ ସରପଞ୍ଚ ଓ ୧୨ ଜଣ ସମିତି ସଭ୍ୟ ଙ୍କ ହାତରେ ପଦ୍ମଫୁଲ ଧରାଈ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହାର ମଙ୍ଗ ଧରିଥିଲେ ଆସିକା ବିଧାୟକ ସରୋଜ କୁମାର ପାଢୀ ଓ ଆସିକା ର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଭଗବାନ ସାହୁ ଓରଫ୍ ଭାଲୁ ଭାଈ। ଆଜି ଭଗବାନ ସାହୁ ଙ୍କ ନେତୃତ୍ବରେ ହଜାର ହଜାର ବିଜେପି ପ୍ରେମୀ ମହିଳା,ପୁରୁଷ,ଯୁବକ,ଯୁବତୀ, ଛାତ୍ର ନେତା ଆଇନଜୀବି ବୁଦ୍ଧିଜିବୀ ମାନେ ଏକ ବିଶାଳ ରାଲିରେ ପଲ୍ଲୀ ଛକ ଠାରୁ ପାଦରେ ଚାଲି ଚାଲି ଲକ୍ଷ୍ମୀ ବଜାର ଦେଈ ଆସିକାର ଟାଉନ୍ ହଲ୍ ପଡ଼ିଆରେ ବିରାଟ ଧରଣର ମିଶ୍ରଣ ପର୍ବ ପାଳନ ହୋଈଥିଲା ମିଶ୍ରଣ ପର୍ବରେ ଆସିକା ବିଧାୟକ ସରୋଜ କୁମାର ପାଢୀ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୋକନ ଦେଈ ସମ୍ମାନିତ କରିଥିଲେ।କନିଆରୀ ସରପଞ୍ଚ ରବିନ୍ଦ୍ର ବେହେରା, ସମିତି ସଭ୍ୟ ଶଙ୍କର ବେହେରା,ବରିଡା ସରପଞ୍ଚ ଗୀତାଞ୍ଜଳୀ ସାହୁ, ସମିତି ସଭ୍ୟ ପିପିନା ସାହୁ,ବୋରସିଙ୍ଗ ସରପଞ୍ଚ କ୍ରୀଷ୍ଣା କୁମାରୀ ବେହେରା, ସମିତି ସଭ୍ୟ ଲିଲୀ ବେହେରା,ସୁବଳୟା ସରପଞ୍ଚ ରାଜେନ୍ଦ୍ର ପ୍ରଧାନ, ସମିତି ସଭ୍ୟ ବରିଷ୍ଠ ବିଜେପି ନେତା କବିସୂର୍ଯ୍ୟନଗର ଚେୟାରମେନ ବିରେନ ଖଟେଈ,ପାଈକ ଯମୁନା ସରପଞ୍ଚ ସତ୍ୟବାନ୍ ସାହୁ, ସମିତି ସଭ୍ୟ ଟୁନା ବିଷୋୟୀ, ସୁନା ପଲ୍ଲୀ ସରପଞ୍ଚ ଝୁନୁଲତା ଦାସ, ସମିତି ସଭ୍ୟ ଗୀତା ଜାନୀ,ସିଆଳିଆ ସରପଞ୍ଚ ବଜିନୀ ରାଉତ,ନନ୍ଧିଆଗଡ ସରପଞ୍ଚ ରାଜଲକ୍ଷ୍ମୀ ଦାସ୍,ବୋଲସର ସରପଞ୍ଚ ଉମା ରାଣୀ ବେହେରା,ବୋଲସର ସମିତି ସଭ୍ୟ ସନ୍ତୋଷ ସେଠୀ, କାଳଷଣ୍ଡପୁର ସରପଞ୍ଚ ଜୟନ୍ତୀ ବେହେରା, ସମୀର କୁମାର ବେହେରା,ବରିଷ୍ଠ ଆଇନଜୀବୀ ଚନ୍ଧ୍ର ଶେଖର ପାତ୍ର,କୈଳାସ ପ୍ରଧାନ,ପଢାଳର ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ରାଉତ,ବିଜୟ ସ୍ୱାଇଁ,ଭିକି ପାତ୍ର, ସୁକାନ୍ତ ପାତ୍ର,ବାବୁ ଆଚାରୀ, ଭାରତୀୟ ଜନତା ପାର୍ଟି ର ମିଶ୍ରଣ ପର୍ବରେ ବିଜେଡି ଦଳର ୨୬ ବର୍ଷ ଶାସନ ସମୟରେ ବ୍ଳକ୍ ପଞ୍ଚାୟତ ଅଫିସରେ ଦୂର୍ନିତୀ ହୋଈଛି ଏହାର ପର୍ଦ୍ଦାଫାଶ କରାଯିବ। ଋଷିକୂଲ୍ୟା ବଡନଦୀ ଉପରେ ନୂତନ ପୋଲ ନିର୍ମାଣ, ନିରଞ୍ଜନ ମହିଳା କଲେଜ ପାଞ୍ଚ ମହଲା ବିଶିଷ୍ଟ କୋଠା,ଛାତ୍ରୀମାନେ ରହିବା ପାଇଁ ବ୍ୟବସ୍ଥା,ଶୀତଳଭଣ୍ଡାର, ଦୀର୍ଘ ବର୍ଷ ଧରି ଚାବି ପଡି ରହିଥିବା ଆସିକା ସୂତାକଳ କୁ ଉଧାର କରିବା ଆସିକା ରେ ଉପ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ହବ ବୋଲି କହିଥିଲେ। ଆଗକୁ ଆଉରି ବିଜେଡି ବାଲା ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି ଭବିଷ୍ୟତ ବାଣୀ କହିବ ?


