ରୋଟାରୀ କ୍ଳବ ଭଞ୍ଜନଗରର ପରିବାର ବଣଭୋଜି କାର୍ଯ୍ୟକ୍ରମ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ସ୍ଥାନୀୟ ପ୍ରକୃତି ଶୋଭାରେ ପରିପୂର୍ଣ ବନବିହାର ଠାରେ ରୋଟାରୀ କ୍ଳବର ଚଳିତ ବର୍ଷର ପରିବାର ବଣଭୋଜି ସହ ଆଗାମୀ ବର୍ଷ ୨୦୨୫-୨୬ର କର୍ମକର୍ତା ସଭାପତି ବସନ୍ତ କୁମାର ପାତ୍ର ଓ ସମ୍ପାଦକ ବିଶ୍ୱଜିତ ପୃଷ୍ଟିଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି। ଏଥିରେ ସଭାପତି ରଂଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି, ଉପସଭାପତି ସୁଧୀର କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ଯୁଗ୍ମ ସମ୍ପାଦକ ଦିବ୍ୟ ରଞ୍ଜନ ଦାସ, କ୍ଳବ ଫାଉଣ୍ଡେସନ ଚେୟାର ସୁମନ ପୃଷ୍ଟି, ମେମ୍ବରସିପ ଚେୟାର ଦିଲ୍ଲୀପ କୁମାର ସାହୁ, ପବ୍ଲିକ ଇମେଜ ଚେୟାର ରାମ ଚନ୍ଦ୍ର ମିଶ୍ର, ସର୍ଭିସ ପ୍ରୋଜେକଟ ଚେୟାର ମହେନ୍ଦ୍ର କୁମାର ମହାରଣା, ସ୍କିଲ ଡେଭଲପମେଣ୍ଟ ଚେୟାର ସୁଶାନ୍ତ କୁମାର ସାହୁ ରୂପେ ଘୋଷଣା କରାଯାଇଛି। ଏଥିସହ କ୍ଲବରେ ନୂତନ ଭାବେ ପାଞ୍ଚ ଜଣ ସଦସ୍ୟ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବଣଭୋଜି ସହ, ନାଚ, ଗୀତ, ପ୍ରଶ୍ନ୍‌ଉତ୍ତର ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କୃତ କରାଯାଇଥିଲା। ମଞ୍ଚ ସଂଯୋଜନା ଶ୍ରୀରାମ ପ୍ରସାଦ ପାଳ କରିଥିବାବେଳେ ପ୍ରଦ୍ୟୁମ୍ନ କୁମାର ମଳିକ ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରିଥିଲେ। ଆଗାମୀ ବର୍ଷ ସଭାପତି ରଂଜିତ କୁମାର ବାରିକ କାର୍ଯ୍ୟକ୍ରମର ରୂପରେଖ ଉପରେ ମତବ୍ୟକ୍ତ କରିଥିଲେ। କ୍ଲବର ସମସ୍ତ ସଭ୍ୟ ସହଯୋଗ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post