ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି ) ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

 


   ଆର,ଉଦୟଗିରି- ମୋ ନ୍ୟୁଜ  ଓଡ଼ଶା  (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି) ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ  ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଭାବେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ମୂଖ୍ୟ ଅତିଥୀ ଭାବେ ରବିନ୍ଦ୍ର ନାଥ କଅଁର ମୂଖ୍ୟ ବକ୍ତା ସୁଶ୍ରୀ ପ୍ରୀୟଦର୍ଶୀନୀ ପଟ୍ଟନାୟକ, ଏସଏମସି ସଭାପତି ରଘୁନାଥ ବଡମୁଣ୍ଡି,ଡାକ୍ତର ବ୍ରଜରାଜ କର,ଥାନା ଅଧିକାରୀ,ଏସ ଶଙ୍କର, ସ୍ବେଛ୍ଛାସାବୀ  ଗୋପାଳ କୃଷ୍ଣ ଦଳେଇ, ଜିଲ୍ଲାପରିଷଦ ଦଣ୍ଡପାଣି ବଡମୁଣ୍ଡି, ଗୁମ୍ମା,ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରାମଚନ୍ଦ୍ର ଦଳବେହେରା  ଓ ରାମଗିରି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚାସୀନ ଥିଲେ।  ନିମନ୍ତ୍ରୀତ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତପରେ ପ୍ରଦୀପ ପ୍ରଜ୍ବଳନ ଏବଂ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ  2023-24 ବର୍ଷର ବିବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଗଜପତି ଜିଲ୍ଲା ଏସ ଏସ ଡି ବିଦ୍ୟାଳୟର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ରା ଉଦୟଗିରି ଅତିରିକ୍ତ ଶିକ୍ଷାଧୀକାରୀ ଯୁଦ୍ଧିଷ୍ଠିର ବେହେରା ଆସି ଯୋଗଦେଇଥିଲେ। ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମନୋରଞ୍ଜନକୁ ଦ୍ବଷ୍ଟିରେରଖି ଜଣେ  ଅତିଥିଙ୍କ ଅବିଭାଷଣ ପରେ ଛଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ଚିତାକର୍ଷକ ରହିଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପୂର୍ବ ପ୍ରତିଯୋଗୀତା ଅନୁସାରେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଞ୍ଜିତ କୁମାର ପରିଛ୍ଛା ପରିଚାଳନା କରିଥିବା ବେଳେ, ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Post a Comment

Previous Post Next Post