ନୂତନ ବର୍ଷ ଉପଲକ୍ଷେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ |


ଆର, ଉଦୟଗିରିମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/  ନୂତନ ବର୍ଷରେ ସଧବା ଏବଂ ବିଧବା ବାପା ମାଁ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ  କଲେ , ଏପରି ମହାନତା କାର୍ଯ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା  ଆର,  ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ  ଅନ୍ତର୍ଗତ  ରଣାଲାଇ ଖ୍ରୀଷ୍ଟିୟlନ ସାହିର  ଶ୍ରୀ ବିଭୁଦତ ପାଣି | କାରଣ  ପାଣିଙ୍କ ପରିବାରର ମାନତ ଅନୁଯାଇ ପ୍ରଥମେ  ରଣାଲଇ ମଣ୍ଡଳୀର  କର୍ମକର୍ତ୍ତାମାନଙ୍କୁ ଡାକି ପରିବାରରେ ପ୍ରଥମେ ପ୍ରାର୍ଥନା କଲାପରେ , ଗ୍ରାମର ସଧବା ବାପା ଏବଂ ବିଧବା ମାଁ ମାନଙ୍କୁ  ପ୍ରାୟ ୫୦ ରୁ ୫୨ ଜଣଙ୍କୁ  ଉଲେନ ସଲ୍ ପ୍ରଦାନ କରିଥିଲେ । ଏହି ଶୀତ ବସ୍ତ୍ର ପାଇ ସଧବା ବାପା ଏବଂ ବିଧବା ମାଁ  ମାନେ ବହୁତ ଖୁସୀ ହୋଇଛନ୍ତି  । ଏବଂ ସେହି ପରିବାରକୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି | ବିଭୁଦତ୍ତ ପାଣି ଏହି ମହାନ  କାର୍ଯ୍ୟ କରି ନିଜ  ପରିବାର ପାଇଁ ଆଶିର୍ବାଦ ଆଣିଛନ୍ତି  l

Post a Comment

Previous Post Next Post